fbpx

ଓଡିଶାରେ ସର୍ବାଧିକ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ସଂକ୍ରମଣ ପୁଣି ହଜାରେ ଟପିଥିବା ବେଳେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ରାଜ୍ୟରେ ଆଜି ପୁଣି ୧୦ ହଜାର ୫୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗିର ଓ ଝାରସୁଗୁଡାରୁ ୩୧୪ ଲେଖାଏଁ, ନୂଆପଡାରୁ ୩୦୪, ମୟୂରଭଞ୍ଜରୁ ୨୮୮, ଷ୍ଟେଟପୁଲରୁ ୨୮୨, ବୌଦ୍ଧରୁ ୨୫୦, ନୟାଗଡରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡାରୁ ୧୪୦, କେନ୍ଦ୍ରପଡାରୁ ୧୨୧, ଗଜପତିରୁ ୧୧୩, ସୁବର୍ଣ୍ଣପୁରରୁ ୧୧୨, ବାଲେଶ୍ୱରରୁ ୯୭, ଦେବଗଡ ଓ ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩, କନ୍ଧମାଳରୁ ୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.