ପଜିଟିଭ ସହିତ ଓଡିଶାରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା: ଆଜି ସର୍ବାଧିକ ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୪୦କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି । ସେହିପରି ୧ ହାଜର ୮୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ଏହା ସହ କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬, ନୂଆପଡାରେ ୨୯୦, ନବରଙ୍ଗପୁରରେ ୨୮୨, ବଲାଙ୍ଗିରରେ ୨୬୦, ମୟୂରଭଞ୍ଜରେ ୨୫୭, ରାୟଗଡାରେ ୨୦୧, ନୟାଗଡରେ ୧୯୪, କେନ୍ଦ୍ରପଡାରେ ୧୯୨, କେନ୍ଦୁଝରରେ ୧୭୯, ସୁବର୍ଣ୍ଣପୁରରେ ୧୫୯, ଢେଙ୍କାନାଳରେ ୧୪୨, କୋରାପୁଟରେ ୧୩୦, ବୌଦ୍ଧରେ ୧୨୮, ଗଜପତିରେ ୯୧, କନ୍ଧମାଳରେ ୬୯, ଦେବଗଡ ଓ ମାଲକାନଗିରିରେ ୬୦ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।