fbpx

ବିଚିତ୍ର ଅନ୍ଧବିଶ୍ୱାସ: କରୋନାରୁ ମୁକ୍ତି ପାଇଁ ନିର୍ମାଣ ହେଲା କରୋନା ଦେବୀ ମନ୍ଦିର, ୪୮ଦିନ ପର୍ଯ୍ୟନ୍ତ ଚାଲିବ ପୂଜା ଓ ଯଜ୍ଞ

କୋଏମ୍ବାଟୁର(ଓଡ଼ିଶା ଭାସ୍କର) :କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି । ତାମିଲନାଡ଼ୁରେ ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସ ମାଧ୍ୟମରେ କରୋନାକୁ ହରାଇବାକୁ ଲୋକେ ପ୍ରସ୍ତୁତି ଚଳାଇଛନ୍ତି ।

ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାର କାମାଚିୁରୀରେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରାଯାଇଛି । ଆଦିନାମ ମନ୍ଦିର ଜରିଆରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ମନ୍ଦିରରେ ଦେଢଫୁଟ କଳାପଥର ପ୍ରତିମାକୁ କରୋନା ଦେବୀଙ୍କ ପ୍ରତିମୂର୍ତ୍ତି ରୂପେ ପୂଜା କରାଯାଉଛି । ଏହି ମନ୍ଦିରରେ ୪୮ଦିନ ପର୍ଯ୍ୟନ୍ତ ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ । ମନ୍ଦିର ପରିଚାଳନା ଏବଂ ଲୋକମାନେ କୁହନ୍ତି ପ୍ରକୃତି ମା’ ରାଗି ଯାଇଛନ୍ତି, ତେଣୁ ସଂକ୍ରମଣର ମାତ୍ରା ବଢ଼ିବାରେ ଲାଗିଛି । ପୂଜାପାଠ କଲେ ଦେବୀ ଖୁସି ହେବେ । ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଭଗବାନ ସେମାନଙ୍କୁ ବିରୀତ ପରିସ୍ଥିତିରେ ସାହାଯ୍ୟ କରନ୍ତି । ସେଥିାଇଁ ସେମାନେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ସେମାନଙ୍କ ଦୃଢ଼ ବିଶ୍ୱାସ ଯେ, ଭଗବାନ ନିଶ୍ଚିତ ଭାବରେ ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରିବେ । ଏହି ମନ୍ଦିରରେ ସାଧାରଣ ଲୋକଙ୍କ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି ଯେ କରୋନା ବୃଦ୍ଧି ଯୋଗୁ ଲୋକଙ୍କୁ ମନ୍ଦିରକୁ ଆସି ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁ । ମନ୍ଦିର ପରିଚାଳନା ପକ୍ଷରୁ ଏହା ୪୮ଦିନ ପାଇଁ ଆୟୋଜିତ ହେବ ।

Get real time updates directly on you device, subscribe now.