fbpx
BJD SKY
BJD SKY

ବଲିଉଡକୁ ଗ୍ରାସ କଲା କରୋନା, କଲେକ୍ସନ ହେଲା ମାତ୍ର ୫୦ କୋଟି

BJD

ନୂଆଦିଲ୍ଲୀ, ୧୨ା୪: କରୋନା ସଂକ୍ରମଣ ଦ୍ୱାରା ଦେଶର ସମସ୍ତ ଜନସାଧାରଣଙ୍କ ଅବସ୍ଥା କହିଲେ ନ ସରେ । ତେବେ ବଲିଉଡ୍ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ବଲିଉଡର ଏପରି ଶୋଚନୀୟ ଅବସ୍ଥା ହୋଇଛି ଯେ, ୨୦୨୧ରେ ବର୍ତ୍ତମାନ ସୁଦ୍ଧା ମାତ୍ର ୫୦ କୋଟି କଲେକ୍ସନ ହୋଇଛି । ୨୦୨୦ ମସିହା ପ୍ରଥମ ତିନି ମାସରେ ୭୮୦ କୋଟି କଲେକ୍ସନ ହୋଇଥିଲା । ୨୦୧୯ରେ ପ୍ରଥମ ତିନି ମାସରେ ୧୧୦୩ କୋଟି କଲେକ୍ସନ ହୋଇଥିଲା । ୨୧ ବର୍ଷ ପରେ ପ୍ରଥମ ଥର ପାଇଁ ଏପରି କଠିନ ସମୟ ଦେଖିବାକୁ ମିଳିଛି । ୨୦୦୦ ମସିହା ପରଠାରୁ ଧୀଧରେଧୀରେ ବଲିଉଡ୍ ସୁବର୍ଣ୍ଣ ଯୁଗର ଅୟମାରମ୍ଭ ହୋଇଥିଲା । ମାତ୍ର କରୋନା ଆଜି ବଲିଉଡ ଜଗତକୁ ବହୁ ପଛକୁ ନେଇଯାଇଛି । ତେବେ ଆସନ୍ତା ମେ-ଜୁନ ଆଡ଼କୁ ଥିଏଟର ପୁଣି ଥରେ ଖୋଲିବାର ଆଶା କରାଯାଉଛି ।

Get real time updates directly on you device, subscribe now.