fbpx

ପିପିଲି ଉପନିର୍ବାଚନ ଫାଇଟ୍: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ । ତିନୋଟି ମୁଖ୍ୟ ରାନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ବିଜେଡି ପ୍ରଚାରରେ ନିଜର ମୁଖ୍ୟ ଅସ୍ତ୍ରକୁ ବ୍ୟବହାର କରିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୫ ପ୍ରଚାରର ଶେଷ ତାରିଖ ହୋଇଥିବା ବେଳେ ୧୭ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ପିପିଲି ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନ ଯଥା- ପାଟସାହାଣୀପୁର, ଦାଣ୍ଡ ମୁକୁନ୍ଦପୁର, କୁମରେଶ୍ୱର, ରେଞ୍ଚ, ବଡ଼ ଅନୁକୁଲା, ସିଂହ ବ୍ରହ୍ମପୁର ଏବଂ ଏନଏସିରେ ନବୀନ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.