ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ କିନ୍ତୁ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ କରୋନାରୁ ସୁରକ୍ଷିତ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ଏକ ଆନିମେସନ ଭିଡ଼ିଓ ଟୁଇଟରେ ସେ ପୋଷ୍ଟ କରିଛନ୍ତି । ସେ ଟୁଇଟରେ ଲେଖିଛନ୍ତି ମାସ୍କ ଏବେ ଆମ ସହ ଜଡ଼ିତ । ସଂକ୍ରମଣ ଏଡ଼ାଇବାକୁ ମାସ୍କକୁ ଜୀବନର ଅଂଶ ଭାବେ ଗ୍ରହଣ କରନ୍ତୁ । ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା ଓ ସାବଧାନତା ଆପଣଙ୍କୁ ସୁରକ୍ଷିତ ରଖିପାରିବ ବୋଲି ସେ କହିଛନ୍ତି ।
ମାସ୍କ ଏବେ ଆମ ଜୀବନ ସହ ଜଡ଼ିତ। ନିଜ ଠାରୁ କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରନ୍ତୁ। ବ୍ୟକ୍ତିଗତସ୍ତରରେ ଆପଣଙ୍କ ଶୃଙ୍ଖଳା ଓ ସାବଧାନତା ହିଁ କରୋନାଠୁ ଦେବ ସୁରକ୍ଷା। #OdishaIsListening pic.twitter.com/4NPwe5OBna
— Naveen Patnaik (@Naveen_Odisha) July 12, 2020