fbpx

କରୋନା କବଜାରେ ନୀଳ ନୟନା ଐଶ୍ୱର୍ଯ୍ୟା

ମୁମ୍ବାଇ,୧୨ ।୭: କରୋନା କବଜାକୁ ଆସିଛନ୍ତି ବଲିଉଡ ତାରକା । ଗତକାଲି ବଲିଉଡର ବିଗ ବି ବା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏନେଇ ଖୋଦ୍ ଅଭିତାଭ ଟ୍ୱିଟର ଯୋଗେ ସୂଚନା ଦେଇଥିଲେ । ପରେ ବିଗ ବିଙ୍କ ପତ୍ନୀ ଜୟା ବଚ୍ଚନ, ବୋହୂ ବା ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟଙ୍କ ନମୁନା ଟେଷ୍ଟ ପାଇଁ ଦିଆଯାଇଥିଲା ।

ତେବେ ରିପୋର୍ଟରେ ପ୍ରଥମେ ୩ ଜଣଙ୍କର ନେଗେଟିଭ୍ ଆସିଥିଲା । କିନ୍ତୁ ୨ୟ ରିପୋର୍ଟରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ରିପୋର୍ଟ କରୋନା ପଜିଟିଭ୍ ଆସିଛି । କିନ୍ତୁ ଅମିତାଭଙ୍କ ପତ୍ନୀ ଜୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି ।

Get real time updates directly on you device, subscribe now.