fbpx

ରାଜସ୍ଥାନରେ ଟଳମଳ ରାଜନୀତି! ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲେ ସଚିନ୍ ପାଇଲଟ୍

ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି ।

ତେବେ ଉପମୁଖ୍ୟମନ୍ତ୍ରୀ ସଚିନଙ୍କୁ ନୋଟିସ୍ ପଠାଇଛି ରାଜସ୍ଥାନ ପୋଲିସ । ବୟାନ ରେକର୍ଡ ପାଇଁ ହାଜର ହେବାକୁ ଏସଓଜି ପକ୍ଷରୁ ନୋଟିସ୍ ଜାରି ହୋଇଛି । ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି ।

ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ଅନ୍ତଃକନ୍ଦଳ ଓ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜର ସହଯୋଗୀ ବିଧାୟକଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି ସଚିନ୍ ପାଇଲଟ୍ । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି । ଏନେଇ ଦିନକ ଆଗରୁ ବରିଷ୍ଠ ନେତା ଅହମଦ ପଟେଲଙ୍କୁ ଭେଟିଥିଲେ ସଚିନ୍ । ତେବେ ସଚିନଙ୍କ ସପକ୍ଷରେ ୨୩ ବିଧାୟକ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.