fbpx

କରୋନାରୁ ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ, ଦେଖନ୍ତୁ ଆନିମେସନ ଭିଡ଼ିଓ

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ କିନ୍ତୁ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ କରୋନାରୁ ସୁରକ୍ଷିତ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ଏକ ଆନିମେସନ ଭିଡ଼ିଓ ଟୁଇଟରେ ସେ ପୋଷ୍ଟ କରିଛନ୍ତି । ସେ ଟୁଇଟରେ ଲେଖିଛନ୍ତି ମାସ୍କ ଏବେ ଆମ ସହ ଜଡ଼ିତ । ସଂକ୍ରମଣ ଏଡ଼ାଇବାକୁ ମାସ୍କକୁ ଜୀବନର ଅଂଶ ଭାବେ ଗ୍ରହଣ କରନ୍ତୁ । ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା ଓ ସାବଧାନତା ଆପଣଙ୍କୁ ସୁରକ୍ଷିତ ରଖିପାରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.