fbpx

ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ ଦେଖିବାକୁ ମିଳିଛି । ଏଠାରେ ପୁଣି ଥରେ ଲକଡାଉନ ଲଗାଯାଇଛି । ପ୍ରଶାସନ କରୋନା ଯାଞ୍ଚକୁ ଅଧିକ ଜୋର ଦେଉଛି । ଜନତାଙ୍କୁ ମଧ୍ୟ ନିୟମକୁ ପାଳନ କରିବାକୁ ଅପିଲ୍ କରାଯାଉଛି । ଏହା ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ଥାନୀୟ ପ୍ରଶାସନ ସାଙ୍ଘାଇର ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଲୋକମାନେ କହୁଛନ୍ତି ଯେ ଏହି ସାହାଯ୍ୟ ଯଥେଷ୍ଟ ନୁହେଁ । ଲୋକମାନେ ଏଭଳି ଅନେକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେମାନେ ନିଜ ଘରର ବାଲକୋନୀରେ ଗୀତ ଗାଇ ବିରୋଧ କରୁଥିବାର ନଜର ଆସିଛନ୍ତି । କିନ୍ତୁ ପ୍ରଶାସନ ତରଫରୁ ସେମାନଙ୍କୁ ଏମିତି ନ କରିବାକୁ ମଧ୍ୟ ଘୋଷଣା କରାଯାଇଛି ।

ଏହାରି ମଧ୍ୟରେ ଏକ ଭିଡିଓରେ ଦେଖାଯାଇଛି ଯେ କିଛି ସ୍ୱାସ୍ଥ୍ୟକର୍ମୀ ରାସ୍ତାରେ କିଛି କୌତୁହଳପୂର୍ଣ୍ଣ ଘୋଷଣା କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କୁ କହୁଛନ୍ତି ଯେ ‘ଆଜି ରାତିରୁ କପଲଙ୍କୁ ଅଲଗା ଶୋଇବା ଦରକାର, କିସ୍ ନକରିବା ଦରକାର ଏବଂ ପରସ୍ପରକୁ ଆଲିଙ୍ଗନ ନକରିବା ଦରକାର, ଏହା ସହ ଉଭୟଙ୍କୁ ଅଲଗା ଅଲଗା ଖାଦ୍ୟ ଖାଇବା ଦରକାର ।

Get real time updates directly on you device, subscribe now.