fbpx

ଭାରତ-ଋଷ ଭିତରେ ଆରମ୍ଭ ହେଲା କି ତିକ୍ତତା?: ଦୁଇ ଦେଶ ମଧ୍ୟରେ ବନ୍ଦ ହେଲା ଏହି ସେବା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ପୁତିନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ଅସୁବିଧା । ଋଷ ବିରୁଦ୍ଧରେ ଏକ କଡା ପଦକ୍ଷେପ ନେଇଛି ଭାରତ । ଏବେଠୁ ଉଭୟ ଦେଶ ମଧ୍ୟରେ କୌଣସି ସିଧା ବିମାନ ସେବାକୁ ରଦ୍ଧ କରାଯାଇଛି । ଋଷ ପାଇଁ ଏପର୍ଯ୍ୟନ୍ତ ମୋଟ ୨ଟି ଟାଟା ସମୂହର ଏୟାର ଇଣ୍ଡିଆ ବିମାନ ସେବା ଜାରି ରହିଥିଲା । କିନ୍ତୁ ଗତ ଏପ୍ରିଲ ୧ ତାରିଖରୁ ଏହା ଉପରେ ମଧ୍ୟ ରୋକ ଲଗାଯାଇଛି ।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ବିମାନଗୁଡିକର ବୀମା ନବୀକରଣ କରିଛି । ଏହି ସମୟରେ ବୀମା କମ୍ପାନୀ ଋଷ-ୟୁକ୍ରେନ ଯୁଦ୍ଧକୁ କେନ୍ଦ୍ର କରି ଏୟାର ଇଣ୍ଡିଆକୁ ଏକ ସର୍ତ୍ତ ଦେଇଥିଲେ । ଋଷ କିମ୍ବା ୟୁକ୍ରେନ ସମ୍ବନ୍ଧିତ କୌଣସି ବିମାନ ଏୟାରପୋର୍ଟରେ ଓହ୍ଲାଇ ପାରିବ ନାହିଁ । ଏହାପରେ ଦିଲ୍ଲୀରୁ ମସ୍କୋ ଯାଉତିବା ଦୁଇଟି ସିଧା ବିମାନ ଉଡାଣରେ ପ୍ରତିବନ୍ଧକ ଲଗାଯାଇଛି । ଏହାପୂର୍ବରୁ ଭାରତ ଆସୁଥିବା ୨ଟି ବିମାନ ଉଡାଣ ଉପରେ ରୋକ ଲଗାଇଥିଲା ଋଷ । ତେବେ ଯଦି କୌଣସି ଯାତ୍ରୀ ଭାରତରୁ ଋଷ ଯିବା ପାଇଁ ଚାହାନ୍ତି, ସେମାନେ ତାଶକନ୍ଦ, ଇସ୍ତାନବୁଲ, ଦୁବାଇରୁ ଆବୁଧାବି ଏବଂ ଦେହା ରାସ୍ତା ଦେଇ ଋଷରେ ପହଞ୍ଚିପାରିବେ ବୋଲି ଜଣାଯାଇଛି ।

Get real time updates directly on you device, subscribe now.