fbpx
BSKY SKY
BSKY SKY

ମାଗଣାରେ ଆଇପିଏଲ ଦେଖିବା ହେଲା ସହଜ , ଡାଉନଲୋଡ୍ କରନ୍ତୁ ଏହି ଆପ୍

BSKY

ବର୍ତମାନ ପର୍ଯ୍ୟନ୍ତ ହଟଷ୍ଟାରରେ ଆପଣ ସବସ୍କ୍ରିପସନ ନେଇ ଆଇପିଏଲ ଦେଖୁଥିଲେ । ହେଲେ ଏବେ ଆଉ ଦେୟ ଦେଇ ଆଇପିଏଲ ଦେଖିବାକୁ ପଡିବନି । କାରଣ ବିନା ଦେୟରେ ଆଇପିଏଲର ମଜା ନେବା ପାଇଁ ନୂଆ ଆପ ଲଂଚ କରିଛି ଟାଟା ଗ୍ରୁପ । ଟାଟା ଗ୍ରୁପର ଏହି ଆପର ନାଁ ହେଉଛି ଟାଟା ନ୍ୟୁ । ଖାସ କଥା ହେଲା ଯେ ଏହି ଆପରେ ଆପଣ ମାଗଣାରେ ଆଇପିଏଲ ମ୍ୟାଚ ଦେଖିପାରିବେ । ଏପରିକି ଫ୍ରି ରେ ଆଇପିଏଲ ମ୍ୟାଚ ଟିକଟ ଜିତିବାର ସୁଯୋଗ ଦେଉଛି ଏହି ଆପ ।

ଲାଇଭ ଆଇପିଏଲ ମ୍ୟାଚ ଫ୍ରି ରେ ଦେଖିବା ପାଇଁ ଆପଣଙ୍କୁ ଟାଟା ନ୍ୟୁ ଇନଷ୍ଟାଗ୍ରାମ କୁ ଯାଇ ନ୍ୟୁ କ୍ୱିଜର ଉତ୍ତର ଦେବାକୁ ହେବ । ଆଉ ସଠିକ ଉତ୍ତର ଦେଲେ ଆପଣ ମ୍ୟାଚ ର ଫ୍ରି ଟିକେଟ ପାଇପାରିବେ । ଏହି ଆପ ଏକ ସୁପର ଆପ ପରି କାମ କରିବ । ଏଥିରେ ଆପଣ ସମସ୍ତ ସୁବିଧା ପାଇବେ । ଗ୍ରସରୀ ଠାରୁ ଆରମ୍ଭ କରି ଫୁଡ ଡେଲିଭରୀ, ହୋଟେଲ ଓ ଫ୍ଲାଇଟ ବୁକିଂ ବି କରିପାରିବେ । ଟାଟା ଡିଜଟାଲ ଏହି ଆପ ଉପରେ ଗତ କିଛି ମାସ ଧରି କାମ କରୁଥିଲା । ଏହି ଆପ ଆଜି ଲଖନଉ ସୁପର ଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ହେବାକୁ ଥିବା ମ୍ୟାଚ ମଧ୍ୟରେ ଲାଇଭ ହେବ ।

ଉପରୋକ୍ତ ସମସ୍ତ ସୁବିଧା ବ୍ୟତୀତ କମ୍ପାନୀ ଟାଟା ପେ ସର୍ଭିସ ବି ଏଥିରେ ଅଫର କରୁଛି । ଯାହା ମାଧ୍ୟମରେ ଆପଣ ବ୍ରଡବ୍ୟାଣ୍ଡ, ବିଦ୍ୟୁତ, ଗ୍ୟାସ, ଲ୍ୟାଣ୍ଡଲାଇନ ବିଲ ଭରିବା ସହ ଡିଟିଏଚ ଓ ମୋବାଇଲ ରିଚାର୍ଜ କରିପାରିବେ । ଏହାସହ ଆପଣ ୟୁପିଆଇ ପେମେଣ୍ଟ ର ଅପ୍ସନ ବି ପାଇବେ । ଦେଖିବାକୁ ଗଲେ ଟାଟା ପେ ର ଟକର ସିଧାସଳଖ ଫୋନ ପେ ଓ ଗୁଗୁଲ ପେ ଭଳି ଆପ ସହ ହେବ । ସୁପର ଆପ ଫୁଡ ଡେଲିଭରି ସହ ତାଜ ହୋଟେଲ ଗ୍ରୁପ ଖାଦ୍ୟ ମେନ୍ୟୁ ବି ଏଥିରେ ସାମିଲ ରହିଛି ।

Get real time updates directly on you device, subscribe now.