fbpx
BSKY SKY
BSKY SKY

ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି ନଗଦ: ଭିଜିଲାନ୍ସ ଇତିହାସରେ ରେକର୍ଡ

BSKY

ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଘରୁ ୨ କୋଟି ଟଙ୍କା ନଗଦ ଠାବ କରିଛି ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙକ୍ ଭୁବନେଶ୍ୱର ଟାଟା ଆରିଆନା ସ୍ଥିତ ଫ୍ଲାଟରୁ ମିଳିଲା ଟଙ୍କା ଏହି ନଗଦ ଟଙ୍କା । ନଗଦ ୨ କୋଟି ଜବତ କରିବା ଭିଜିଲାନ୍ସ ଇତିହାସରେ ରେକର୍ଡ । ଏପର୍ଯ୍ୟନ୍ତ ତାଙ୍କର ୭ଟି ପ୍ଲଟ, ୨୦ଟି ସୁନା ବିସ୍କୁଟ ସହ ପ୍ରାୟ ୫୮୦ ଗ୍ରାମର ସୁନା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ବୁଧବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ । ଏଥିରେ ୫ ଡିଏସପି, ୧୧ ଇନସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିଲେ । ୨ ଦିନ ଧରି ଜାରି ରହିଥିବା ରେଡ୍ ବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Get real time updates directly on you device, subscribe now.