fbpx

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି

କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ ସରକାରୀ ସଚେତକ ଜନସନ ଫର୍ଣ୍ଣାଡେଙ୍କ କାର୍ଯ୍ୟାଳୟ ଆଗରେ ପ୍ରଦର୍ଶନ କରିଥିଲେ । ଫର୍ଣ୍ଣାଡେ କହିଥିଲେ ଯେ ରାଷ୍ଟ୍ରପତି କୌଣସି ପରିସ୍ଥିତିରେ ଇସ୍ତଫା ଦେବେନାହିଁ । ଏହାରି ମଧ୍ୟରେ ଜଣେ ପ୍ରମୁଖ ବୌଦ୍ଧ ଭିକ୍ଷୁ ଘୋଷଣା କରି କହିଛନ୍ତି ଯେ ମନ୍ତ୍ରୀମାନେ ସରକାରୁ ଇସ୍ତଫା ଦେଉଛନ୍ତି । ଏହାଯୋଗୁଁ ପରିସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି । ଯଦି ଏହା ସତ ହୁଏ ତେବେ ଏହା ଅଧିକ ଲୋକଙ୍କୁ ପ୍ରଦର୍ଶନକାରୀଙ୍କ ସହ ବିରୋଧରେ ସାମିଲ ହେବା ପାଇଁ ପ୍ରେରିତ କରିବ ।

ଏହି ବିରୋଧ ପ୍ରଦର୍ଶନରେ ସମାଜର ସବୁ ବର୍ଗ ବିଶେଷ ଭାବରେ ଶିକ୍ଷିତ ଯୁବକ ଏବଂ ରୋଜଗାର ହରାଇଥିବା ବ୍ୟକ୍ତିମାନେ ସାମିଲ ହେଉଛନ୍ତି । ସରକାର ବିରୋଧୀ ଆନ୍ଦୋଳନ ସରକାରଙ୍କ ପାଇଁ ସ୍ଥିତିକୁ ଆହୁରି କଠିନ କରିଛି । ଶ୍ରୀଲଙ୍କାରେ ଏଭଳି ବ୍ୟାପକ ଜନ ଅସନ୍ତୋଷ ପୂର୍ବରୁ କେବେବି ହୋଇନାହିଁ । ଯଦି ବିଜୁଳି, ଇନ୍ଧନ ଏବଂ ଆର୍ଥିକ ସଙ୍କଟରୁ ଶୀଘ୍ର ମୁକ୍ତି ନମିଳେ ତେବେ ଏହାର ପରିଣାମ କିଛି ଭଲ ହେବ ନାହିଁ । ସେହିଭଳି ଦେଶରେ ବିରୋଧୀ ମଧ୍ୟ ଅରାଜକତାକୁ ଆହୁରି ବୃଦ୍ଧି କରୁଛନ୍ତି ।

ସେପଟେ ଏକ ନୂଆ ଘଟଣାଚକ୍ରରେ ଏସିଆ ବିକାଶ ବ୍ୟାଙ୍କ ୨୦୨୨ରେ ଶ୍ରୀଲଙ୍କାର ଆର୍ଥିକ ବୃଦ୍ଧିକୁ ୨.୪ % ପର୍ଯ୍ୟନ୍ତ କମ୍ କରିବା ଏବଂ ଆସନ୍ତାବର୍ଷ ଏଥିରେ ସମାନ୍ୟ ସୁଧାର କରି ୨.୫% ହେବା ନେଇ ଅନୁମାନ କରିଛନ୍ତି । ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ, ରାଜପକ୍ଷେ ରାଷ୍ଟ୍ରପତି ପରାମର୍ଶ ଟିମ୍ ର ଭାବରେ ଆର୍ଥିକ ଏବଂ ଅର୍ଥନୀତି ବିଶେଷଜ୍ଞଙ୍କ ଏକ ଟିମ୍ ନିଯୁକ୍ତ କରିଛନ୍ତି । ଏହି ଟିମ୍ ଋଣ ସଙ୍କଟରୁ ଲଢ଼ିବା ପାଇଁ ରୋଡ ମ୍ୟାପ ତିଆରି କରିବା ପାଇଁ ବିଭିନ୍ନ ଦିଗ ଏବଂ ଋଣ ସ୍ଥିରତା ଉପରେ କାମ କରିବ । ରାଜପକ୍ଷେ ଉପ ବାଚସ୍ପତିଙ୍କ ଇସ୍ତଫା ସ୍ୱୀକାର କରିନାହାଁନ୍ତି ଏବଂ ତାଙ୍କୁ ପଦରେ ରହିବା ପାଇଁ ଅନୁରୋଧ କରିଛନ୍ତି । ଏବେବି ଅର୍ଥମନ୍ତ୍ରୀ, ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଏବଂ ଟ୍ରେଜେରୀ ସଚିବ ପଦ ଖାଲି ରହିଛି ।

Get real time updates directly on you device, subscribe now.