fbpx

ବଢୁଛି ପୁତିନଙ୍କ ଅଡୁଆ: ଯୁଦ୍ଧରୁ ବିଦ୍ରୋହକୁ ଓହରିଲେ ଋଷ ସୈନିକ, ରାଷ୍ଟ୍ରପତିଙ୍କ ବିରୋଧରେ ଆଣିଲେ ଏମିତି ଅଭିଯୋଗ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯେତେ ଦିନ ଗଡୁଛି, ସେତିକି ବଢୁଛି ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ଅଡୁଆ । ପ୍ରଥମେ ପଡୋଶୀ ରାଷ୍ଟ୍ର ପୁଣି ଏବେ ନିଜ ଦେଶର ନାଗରିକ ମଧ୍ୟ ପୁତିନଙ୍କ ବିରୋଧରେ ଠିଆ ହୋଇଥିବା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଋଷ ସୈନିକର ୬୦ ଜଣ ପାରାଟ୍ରୁପର ଏବେ ବିଦ୍ରୋହ କରିବା ଆରମ୍ଭ କରି ଦେଲେଣି । ୟୁକ୍ରେନ ବିରୁଦ୍ଧରେ ଏବେ ଅସ୍ତ୍ର ଦରିବା ପାଇଁ ସିଧା ମନା କରି ଦେଇଛନ୍ତି ଏହି ଯବାନ । ତେବେ ଏହାପରେ ବିଦ୍ରୋହୀମାନଙ୍କୁ ଜେଲକୁ ନେଇ ନିର୍ଯାତନା ଦିଆଯାଉଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ୪୦ ଦିନରୁ ଅଧିକ ହେଲା ଚାଲୁ ରହିଛି ଋଷ-ୟୁକ୍ରେନ ଯୁଦ୍ଧ । କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ପାରିନାହିଁ । ଏହା ପରେ ମଧ୍ୟ ଋଷ ରାଷ୍ଟ୍ରପତିଙ୍କ ସମସ୍ୟା ଥମିବାର ନାଁ ନେଉନି । ଏହା ମଧ୍ୟରେ ଋଷର ପ୍ରାୟ ୬୦ ଜଣ ପାରାଟ୍ରୁପର ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ କରିବା ସହ ୟୁକ୍ରେନ ସହ ଯୁଦ୍ଧ ପାଇଁ ମଧ୍ୟ ମନା କରି ଦେଇଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିବା ପାଇଁ ଏହି ସୈନିକମାନଙ୍କୁ ବେଲାଋଷ ନିଆଯାଉଥିଲା । କିନ୍ତୁ ରାଷ୍ଟ୍ରପତିଙ୍କ ଯୋଜନାରେ ନୂଆ ମୋଡ ଆଣିଥିଲା ଯବାନମାନଙ୍କ ବିଦ୍ରୋହ । ତେଣୁ ଏହାପରେ ସେମାନଙ୍କୁ ବେସକୁ ଫେରାଇ ଆଣିଥିଲେ । କିଛି ସୈନିକଙ୍କୁ ବରଖାସ୍ତ କରିବା ସହ ଗୁଳି ମାରି ଦେଇଥିବା ମଧ୍ୟ କୁହାଯାଉଛି । ଅନ୍ୟ ଯବାନମାନଙ୍କୁ କଏଦ କରି ରାଷ୍ଟ୍ରପତି ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.