fbpx
BSKY SKY
BSKY SKY

ଆନ୍ଧ୍ର ପ୍ରଦେଶର ୨୪ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କ’ଣ ରହିଛି ଏହାର କାରଣ…

BSKY

ଅମରାବତୀ: ଆନ୍ଧ୍ର ପ୍ରଦେଶ କ୍ୟାବିନେଟର ସମସ୍ତ ୨୪ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୨୦୨୪ ରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଏହି ବଡ଼ ପରିବର୍ତ୍ତନ କରାଯାଇଛି । ଗୁରୁବାର ସମୁଦାୟ ୨୪ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଜଗନ ମୋହନ କ୍ୟାବିନେଟରେ ପରିବର୍ତ୍ତନ କରିବାକୁ ଚାହୁଛନ୍ତି ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।

ଗୁରୁବାର କ୍ୟାବିନେଟ୍ ବୈଠକ ପରେ ସଚିବାଳୟରେ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ତାଙ୍କର ଇସ୍ତଫା ଦେଇଛନ୍ତି । ଏହି ନିଷ୍ପତ୍ତିକୁ ଆଗାମୀ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି । ଏହି ମନ୍ତ୍ରୀମଣ୍ଡଳ ୮ ଜୁନ୍ ୨୦୧୯ ରେ ଶପଥ ନେଇଥିଲେ ଏବଂ ଏହି ମନ୍ତ୍ରୀଙ୍କୁ ୮ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ପଦରେ ରହିବାର ଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ଏବଂ ଅନ୍ୟ କାରଣ ଯୋଗୁଁ  କ୍ୟାବିନେଟ ପୁନର୍ଗଠନକୁ ସ୍ଥଗିତ ରଖାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଗତ ମାସରେ ଘୋଷଣା କରିଥିଲେ ଯେ ଉଗାଡୀ (ତେଲୁଗୁ ନବବର୍ଷ) ଏବଂ ନୂଆ ଜିଲ୍ଲା ଗଠନ ପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରାଯିବ । ରାଜ୍ୟରେ ୪ ଏପ୍ରିଲରେ ୧୩ ନୂଆ ଜିଲ୍ଲା ଗଠନ କରାଯାଇଥିଲା । ବୁଧବାର ମୁଖ୍ୟମନ୍ତ୍ରୀ ଜଗନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଅଦଳବଦଳର ସୂଚନା ଦେଇଥିଲେ ।

Get real time updates directly on you device, subscribe now.