fbpx

ଭାରତ ଯୋଡ଼ ଯାତ୍ରା ପାଇଁ ବଢିପାରେ କରୋନା ସଂକ୍ରମଣ! ରାହୁଲଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି, ନିୟମ ମାନନ୍ତୁ ନଚେତ୍ ଯାତ୍ରା ବନ୍ଦ କରନ୍ତୁ

ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ୱର ସମସ୍ତ ଦେଶରେ କରୋନା ଭାଇରସ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି । ଚୀନ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି କରୋନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ “ଭାରତ ଯୋଡ଼ ଯାତ୍ରା’ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଏକ ଚିଠି ଲେଖି ଭାରତ ଯୋଡ଼ ଯାତ୍ରାରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ଯଦି ଏହା ସମ୍ଭବ ନୁହେଁ ତେବେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ ।

ଏହି ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ‘ଭାରତ ଯୋଡ଼ ଯାତ୍ରା’ ମାଧ୍ୟମରେ କରୋନା ବ୍ୟାପିବାର ବିପଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “କରୋନା ମହାମାରୀ ବ୍ୟାପିବାକୁ ରୋକିବା ପାଇଁ ଦେଶର ସ୍ୱାର୍ଥ ଦୃଷ୍ଟିରୁ “ଭାରତ ଯୋଡ଼ ଯାତ୍ରା’ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇପାରେ । ରାଜସ୍ଥାନରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ କୋଭିଡ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ିି ଭାବେ ପାଳନ କରାଯିବା ଉଚିତ । ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ । ଏହା ବ୍ୟତୀତ ଯେଉଁମାନେ କୋଭିଡ ଟିକା ନେଇଛନ୍ତି ସେହି ଲୋକମାନଙ୍କୁ ଯାତ୍ରାରେ ଯୋଗଦେବାକୁ ଅନୁମତି ଦେବାକୁ ଏକ ଆବେଦନ କରାଯାଇଛି ।

ଯାତ୍ରାରେ ଯୋଗଦେବା ପୂର୍ବରୁ ଏବଂ ପରେ ଯାତ୍ରୀମାନଙ୍କୁ ଆଇସୋଲେଟ କରିବା ପାଇଁ କୁହାଯାଇଛି । ଯଦି କୋଭିଡ ପ୍ରୋଟୋକଲ ଅନୁସରଣ କରିବା ସମ୍ଭବ ନୁହେଁ, ତେବେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ କୋଭିଡ ମହାମାରୀରୁ ଦେଶକୁ ରକ୍ଷା କରିବା ପାଇଁ “ଭାରତ ଯୋଡ଼ ଯାତ୍ରା’ କୁ ସ୍ଥଗିତ ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଚିଠିରେ କଂଗ୍ରେସ ଓଲଟା ଉତ୍ତର ରଖିଛି । କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏହାକୁ ସମ୍ପୂର୍ଣ୍ଣ ରାଜନୀତି ବୋଲି କହିଛନ୍ତି । ସେ ଦାବି କରିଛନ୍ତି ଯେ ଭାରତ ଯୋଡ଼ ଯାତ୍ରାକୁ ଭୟ କରି ବିଜେପି ଏହି କାମ କରୁଛି । ସେ କହିଛନ୍ତି ଭାରତ ଯୋଡ଼ ଯାତ୍ରା ମୋଦୀ ସରକାରଙ୍କୁ ଭୟଭୀତ କରିଛି । ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ବିଭିନ୍ନ ପ୍ରଶ୍ନ ଉଠାଉଛି । ଗୁଜରାଟ ନିର୍ବାଚନରେ ପିଏମ ମୋଦୀ ମାସ୍କ ପିନ୍ଧି ସମସ୍ତ ପ୍ରୋଟୋକଲ ଅନୁସରଣ କରିଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.