fbpx

ଦେଶର ୯ଟି ରାଜ୍ୟରେ ହ୍ରାସ ପାଉଛି କରୋନା, କିନ୍ତୁ ବଢୁଛି ଟେନସନ୍‌: ଜାଣନ୍ତୁ ଏହାକୁ ନେଇ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧ ।୫: ଦେଶରେ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଜି କହିଛନ୍ତି ଯେ, ଦେଶର ଅନେକ ରାଜ୍ୟରେ ନୂଆ ସଂକ୍ରମଣ କମିବାରେ ଲାଗିଛି । ଅନ୍ୟପଟେ ଓଡିଶା ଭଳି କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଓଡିଶା ସହ କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାମ, ଆସାମ, ଜମ୍ମୁ-କାଶ୍ମୀର, ଗୋଆ, ପୁଡୁଚେରୀ ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ, ବିହାର, ଗୁଜରାଟରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଦେଶର ୨୬ଟି ରାଜ୍ୟରେ ପଜିଟିଭ ହାର ୧୫ ପ୍ରତିଶତରୁ ଅଧିକ ରହିଛି । କେବଳ ମାତ୍ର ୪ଟି ରାଜ୍ୟରେ ପଜିଟିଭ ହାର ୫%ରୁ କମ୍ ରହିଛି ।’

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତାଜନକ ତଥ୍ୟ ଦିଆଯାଇଛି । କୁହାଯାଇଛି ଯେ, ରାଜ୍ୟର ୨୭ଟି ଜିଲ୍ଲାରେ ପଜିଟିଭ ହାର ୧୦%ରୁ ଅଧିକ ରହିଛି । ଓଡିଶାର କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ପଜିଟିଭ ହାର ୪୬.୭% ପଜିଟିଭ ରହିଥିବା ବେଳେ ସମ୍ବଲପୁରରେ ୪୬.୬%, ସୁନ୍ଦରଗଡରେ ୩୪.୨%, ଅନୁଗୁଳରେ ୩୪%, ଖୋର୍ଦ୍ଧା ଜିଲ୍ଲାରେ ୩୩.୩% ଓ କଟକ ଜିଲ୍ଲାରେ ୨୭.୫% ପଜିଟିଭ ହାର ରହିଛି ।

ଅନ୍ୟପଟେ ପୁଡୁଚେରୀ ୟାନମ ଜିଲ୍ଲା ଦେଶରେ ସର୍ବାଧିକ ସଂକ୍ରମିତ ହେଉଛନ୍ତି, ଯେଉଁଠାରେ ପଜିଟିଭ ହାର ୯୧% ରହିଛି ।

Get real time updates directly on you device, subscribe now.