fbpx

କରୋନା ଗୀତକୁ ନେଇ ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ସଫେଇ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହି ଭାଇରସ୍ ଉପରେ ପ୍ରସ୍ତୁତ ଏକ ଗୀତରେ କିଛି ଦିନ ତଳେ ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କଣ୍ଠଦାନ କରିଥିଲେ । କିନ୍ତୁ ସେହି ଗୀତକୁ ନେଇ ବିବାଦ ଦେଖା ଦେଇଥିଲା । କରୋନା ଗୀତକୁ ନେଇ ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ଆଜି ସଫେଇ ଦେଇଛନ୍ତି । ସେ କହିଛନ୍ତି ଗୀତ କିମ୍ବା ଅନ୍ୟ ମାଧ୍ୟମରେ ଝିଅ, ନାରୀଙ୍କୁ ପରିହାସ କରିପାରିବିନି । କରୋନା ଗୀତଟି ରେକର୍ଡିଂ ବେଳେ ଭାଇରସ୍ ବିଷୟରେ ଜାଣିନଥିଲି । ଭାଇରସକୁ ନେଇ ସେତେ ବେଳେ ମୋର ବେଶୀ କିଛି ଜ୍ଞାନ ମଧ୍ୟ ନଥିଲା ବୋଲି କହିଛନ୍ତି ହ୍ୟୁମାନ । ଗୀତ ବିବାଦକୁ ଆସିବା କ୍ଷଣି ନିର୍ଦ୍ଦେଶଙ୍କୁ କହି ୟ୍ୟୁଟ୍ୟୁବରୁ ହଟାଇଥିଲି । ମୁଁ ସମସ୍ତଙ୍କୁ ସମ୍ମାନ କରେ କିନ୍ତୁ ନାରୀଙ୍କ ଉପରେ କମେଣ୍ଟ କରିପାରିବିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.