fbpx

କରୋନା ଷ୍ଟ୍ରେନର ବ୍ୟାପକ ସଂକ୍ରମଣ: ଏହି ଦେଶରେ ଲାଗୁ ହେଲା ପୁଣି ଲକଡାଉନ

ନୂଆଦିଲ୍ଲୀ, ୫ା୧: କିଛି ଦେଶରେ କରୋନାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ବ୍ରିଟେନରେ ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ତେବେ ଫେବୃୟାରୀ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ ବୋଲି କୁହାଯାଇଛି ।

କରୋନାର ନୂଆ ଷ୍ଟ୍ରେନ ବ୍ରିଟେନରେ ଆତଙ୍କ ଖେଳାଇଛି । ତେଣୁ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ଉପରେ କଟକଣା ଜାରି କରାଯାଇଛି । ହୋଟେଲ, ବାର, ରେଷ୍ଟୁରାଷ୍ଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିୟମ କଡ଼ାକଡ଼ି କରାଯାଇଛି । ପୂର୍ବ ସପ୍ତାହ ତୁଳନାରେ ଦେଶରେ ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଗକୁ ଆହୁରି କଠିନ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.