fbpx

ଓଡିଶାରେ କରୋନା ନେଲା ଆଉ ୩୫ ଜୀବନ, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୮୬କୁ ବୃଦ୍ଧି ପାଇଛି ।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଳାହାଣ୍ଡି ଓ ରାୟଗଡରୁ ୪ ଜଣ ଲେଖାଏଁ, ଝାରସୁଗୁଡା ଓ ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ବୌଦ୍ଧ, ଜଗତସିଂହପୁର, କୋରାପୁଟରୁ ୨ ଜଣ ଲେଖାଏଁ, କଟକ, ମାଲକାନଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୦୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩ ହଜାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୭,୧୪୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.