fbpx

ବରିଷ୍ଠ ରାଜନେତା ତୁଲସୀ ଅଗ୍ରୱାଲଙ୍କୁ କରୋନା

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜାତୀୟ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଠ ରାଜନେତା ତୁଲସୀ ଅଗୱାଲ କରୋନା ମହାମାରୀର ଶିକାର ହୋଇଛନ୍ତି । ଶ୍ରୀ ଅଗ୍ରୱାଲଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏବେ ଦିଲ୍ଲୀର ଏକ ଘରୋଇ ମେଡିକାଲରେ ଚିକିତ୍ସିତ କରାଯାଉଛି । ଶ୍ରୀ ଅଗ୍ରୱାଲ ରାଜ୍ୟର ଜଣେ ବିଶିଷ୍ଠ ବ୍ୟବସାୟୀ ଭାବେ ବେଶ୍ ଜଣାଶୁଣା ।

Get real time updates directly on you device, subscribe now.