fbpx

ଦେଶରେ କମିଲା ସଂକ୍ରମଣ ସଂଖ୍ୟା, ଜାଣନ୍ତୁ ଆଜି କେତେ ?

ନୂଆଦିଲ୍ଲୀ,୬ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କମ୍ ହେଉଛି କରୋନା ସଂକ୍ରମଣ । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୦୨ ହଜାର ୬୮୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୯ ଲକ୍ଷ ୧୯ ହଜାର ୨୩ ଜଣ ଚିକିତ୍ସିତ ହେଉଥିବା ବେଳେ ୫୬ ଲକ୍ଷ ୬୨ ହଜାର ୪୯୧ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.