fbpx

ସଂକ୍ରମଣରେ ଲାଗୁନି ଲଗାମ: ରାଜ୍ୟରେ ଚିହ୍ନଟ ହେଲେ ୫୮୨ ପିଜିଟିଭ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନ୍ ରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୫ ଟି ରହିଛି । ଖୋର୍ଦ୍ଧାରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬, ଜଗତସିଂହପୁର ଓ ଯାଜପୁରରୁ ୨୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪ ହୋଇଯାଇଛି । ଏଥିସହିତ ଆକ୍ଟିଭ୍ କେସ୍ ରହିଛି ୫,୧୧୩ ଏବଂ ସୁସ୍ଥ ହେଲେଣି ୧୦ ଲକ୍ଷ ୧୬ ହଜାର ୫୯୪ ।

Get real time updates directly on you device, subscribe now.