fbpx

ଦେଶରେ ୨୪ ଘଣ୍ଟାରେ ୧୦୧ ମୃତ

ନୂଆଦିଲ୍ଲୀ, ୧୮ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୬ ହଜାର ୦୧୪ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୧୨ ହଜାର ୮୮୧ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୯,୫୦,୨୦୧ କୁ ବୃଦ୍ଧି ପାଇଛି । ସେହିପରି ୧,୩୭,୩୪୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୬,୫୬,୮୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Get real time updates directly on you device, subscribe now.