fbpx

୧୬ରୁ କରୋନା ଟିକାକରଣ

ନୂଆଦିଲ୍ଲୀ,୯ ।୧: ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ । ୧୬ରୁ ଟୀକାକରଣ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମକର ସଂକ୍ରାନ୍ତି, ପୋଙ୍ଗଏ ଓ ଲୋହଡି ପରେ ଟିକାକରଣ ଆରମ୍ଭ ହେବ । ୩ କୋଟି ଆଗଧାଡିର କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରାଥମିକତା ଦିଆଯିବ । ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ ।

Get real time updates directly on you device, subscribe now.