fbpx

ଖୁସି ଖବର: ଓଡିଶାରେ ପହଞ୍ଚିଲା ଟିକା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଆସନ୍ତା ୧୬ରେ ହେବାକୁ ଯାଉଥିବା ଟିକାକରଣକୁ ଦେଖି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆସିଛି ସବୁଠାରୁ ବଡ ଖୁସି ଖବର । ଭୁବନେଶ୍ୱରରେ ଆସି ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’ । ମହାରାଷ୍ଟ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଭୁବେନଶ୍ୱର ଆସଛିି । ସ୍ପାଇସ ଜେଟ୍ ବିମାନରେ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ଆସିଛି । ତେବେ ରାଜ୍ୟ ଟିକା ସଂଗ୍ରାହଳୟରେ କୋଭିସିଲ୍ଡ ଟିକା ରହିବ ବୋଲି ପୂର୍ବରୁ ସ୍ଥିର ହୋଇଛି ।

Get real time updates directly on you device, subscribe now.