fbpx

ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା

ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ ଟିକାର କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମତି ଦେବାକୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏହି ମାମଲାର ବିଚାର କରିବା ସହିତ ଆହ୍ଲାବାଦ ହାଇକୋର୍ଟ ଆସନ୍ତା ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି । ହାଇକୋର୍ଟର ମୁଖ୍ୟ ବିଚାରପତି ଏମ ଏନ ଭଣ୍ଡାରୀ ଓ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରଣାସୀର ନ୍ୟୁରୋଲୋଜି ବିଭାଗ ପ୍ରଫେସର ଡ. ବିଜୟ ନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ନାଜାଲ ସ୍ପ୍ରେ ପ୍ରସ୍ତୁତ କରିଛନ୍ତି । ଏହି ନାଜାଲ ସ୍ପ୍ରେଟି କରୋନା ବିପକ୍ଷରେ ପ୍ରଭାବୀ ବୋଲି ଦାବି କରାଯାଉଥିବା ବେଳେ ଏହାର ମୂଲ୍ୟ ମାତ୍ର ଟଙ୍କା ରହିବ ବୋଲି କୁହାଯାଇଛି । ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠା ଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟିକା କରୋନା ଭୂତାଣୁକୁ ନିଷ୍କ୍ରିୟ କରୁଥିବା ବେଳେ ଏହି ନାଜାଲ ସ୍ପ୍ରେ କରୋନାକୁ ମୂଳରୁ ଶେଷ କରିବାରେ ସକ୍ଷମ ହୋଇଥାଏ । ତୁରନ୍ତ କ୍ଲିନିକାଲ୍ ଟ୍ରାଏଲ୍ ଅନୁମତି ସହିତ ପୁଣେ ସ୍ଥିତ ଭାଇରୋଲୋଜି ଲାବରେ ଏହାର ପରୀକ୍ଷଣ କରିବା ପାଇଁ ଆବେଦନ କରାଯାଇଛି ।

Get real time updates directly on you device, subscribe now.