fbpx

ପିଲାଙ୍କୁ ଖୁବଶୀଘ୍ର ଦିଆଯିବ କୋଭିଡ୍ ଟିକା, ହୁ’ ପକ୍ଷରୁ ଏହି ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ପିଲାମାନଙ୍କ ଟିକାକୁ ଏବେ ଗ୍ରାନ ସିଗନାଲ୍ ମିଳିସାରିଛି । ପିଲାମାନଙ୍କୁ ଏବେ ଟିକା ଦିଆଯିବାର ରାସ୍ତା ସଫା ହୋଇଯାଇଛଇ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ତିଆରି ହେଉଥିବା ଭାକସିନ୍ କୋଭୋଭାକ୍ସ କୁ ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଞ୍ଜୁରୀ ମିଳିସାରିଛି । ତେବେ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକାକୁ ନୋଭାଭାକ୍ସର ଲାଇସେନ୍ସ ଅଧୀନରେ ତିଆରି କରିବ । କୋଭିଡ୍ ବିରୋଧରେ ବିଶ୍ୱରେ ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଏହା ହେଉଛି ନବମ ଭାକସିନ୍ ।

ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଅଦାର ପୁନାୱାଲା ଟୁଇଟ୍ କରି ଖୁସି ଜାହିର୍ କରିଛନ୍ତି । ତେବେ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକା ଉତ୍ପାଦନ ପାଇଁ ନୋଭାଭାକ୍ସ, ହୁ’ ଓ ଗାଭି ସହିତ ଏଲାଇନ୍ସ କରିଛି । ପୁନାୱାଲା ଚଳିତ ସପ୍ତାହରେ କହିଥିଲେ ଯେ, ସେ ୬ ମାସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍ ଭାକସିନ୍ ଲଞ୍ଚ କରିବାକୁ ଯାଉଛନ୍ତି । ସେ ଆହୁରି ବି କହିଥିଲେ ଯେ, ଏହି ଟିକା ୩ ବର୍ଷ ବୟସର ପିଲାମାନଙ୍କ ପର୍ଯ୍ୟନ୍ତ କାମ କରିବାରେ ସକ୍ଷମ ହୋଇପାରିବ ।

ଡବ୍ଲୁଏଚଓ ପକ୍ଷରୁ କୋଭୋଭାକ୍ସକୁ ବର୍ତ୍ତମାନ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଡ୍ରଗ୍ସ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଯାଞ୍ଚ ରିପୋର୍ଟ ପରେ ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ପିଲାମାନଙ୍କ ପାଇଁ ବ୍ୟବହାର କରିବା କ୍ଷେତ୍ରରେ ଏହି ଟିକାକୁ ସୁରକ୍ଷିତ ବୋଲି ଦର୍ଶାଯାଇଛି ।

Get real time updates directly on you device, subscribe now.