fbpx

ଚୀନର ଲ୍ୟାବରୁ ଜନ୍ମିଛି କରୋନା ଭାଇରସ୍, ନେଲାଣି ୧୮୦୦ ମୁଣ୍ଡ

ଚୀନରେ ବ୍ୟାପୁଥିବା କାରାନା ଭାଇରସରେ ଏପର୍ଯ୍ୟନ୍ତ ୧୮୦୦ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଏହି ଭୟାନକ ଭୂତାଣୁ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତିତ । ବହୁ ଦେଶର ବୈଜ୍ଞାନିକମାନେ ଏହାର ଚିକିତ୍ସା ପାଇଁ ଉଦ୍ୟମ ଚଳାଇଛନ୍ତି, ମାତ୍ର କିଛି ବି ଫଳ ମିଳୁନାହିଁ । ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠୁଛୁ କି, ଏହି କରୋନା ଭାଇରାସ୍ ଆସିଲା କେଉଁଠୁ?

ରିପୋର୍ଟ ମୁତାବକ, କରୋନା ଭାଇରସ୍ ପ୍ରଥମେ ଚୀନର ହୁବାଇ ପ୍ରାନ୍ତରେ ଆରମ୍ଭ ହୋଇଥିଲା । ହୁବାଇ ରାଜଧାନୀ ଉହାନରେ ଏହି ଭାଇରସର ସବୁଠାରୁ ଖତରନାକ ପ୍ରଭାବ ପଡିଥିଲା । ଉହାନର ମାଛ ମାର୍କେଟ ଠାରୁ ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବରେ କରୋନା ଭାଇରସର ଜନ୍ମ ହୋଇଛି ବୋଲି ଚୀନର କିଛି ବୈଜ୍ଞାନିକ କହିଛନ୍ତି । ଉହାନର ଡବ୍ଲୁଏଚଡିସିରେ ଏପରି ଭାଇରସର ଜନ୍ମ ହୋଇପାରେ । ଲ୍ୟାବରେ ଏପରି କିଛି ପଶୁମାନଙ୍କୁ ରଖାଯାଇଛି, ଯାହାଙ୍କଠାରୁ ଏହି ଭାଇରସ୍ ବ୍ୟାପିଥାଇପାରେ । ତେବେ ଏହି ଲ୍ୟାବରେ ୬୦୫ ବାଦୁଡ଼ି ରଖାଯାଇଛି, ଯାହା ମାଧ୍ୟମରେ କରୋନା ଭାଇରସ୍ ବ୍ୟାପୁଥିବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.