fbpx
BJD SKY
BJD SKY

କମୁନି କରୋନା ସଂକ୍ରମଣ: ଆକ୍ଟିଭ ରେଟ୍ ୧୬ ହଜାରକୁ ବୃଦ୍ଧି

BJD

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହା ସହ ଗୋଟିଏ ଦିନରେ କରୋନାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ପଜିଟିଭ ସଂଖ୍ୟାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୬୦ ହଜାର ୮୬କୁ ପହଞ୍ଚିଛି । ଏଥି ସହ ସକ୍ରିୟ ସଂଖ୍ୟା ୧୬ ହଜାର ୫୨୨ରେ ପହଞ୍ଚିଛି । ୧୮୭ କୋଟି ୭୧ ଲକ୍ଷରୁ ଅଧିକ ଡୋଜ୍ ଦିଆଗଲାଣି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୨ ହଜାର ୨୨୩ ଜଣ ଆକ୍ରାନ୍ତ ନିଜ ଜୀବନ ହରାଇଛନ୍ତି ।

କରୋନା ବିରୋଧ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଦେଶରେ ୩.୮ ଲକ୍ଷ ଲୋକ ଟିକାର ବୁଷ୍ଟର ଡୋଜ୍ ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ସୂଚନା ମିଳିଛି । କରୋନାକୁ ରୋକିବାକୁ ସରକାର ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଉଥିବା ଲୋକେ ଏହାକୁ ହାଲୁକାରେ ନେଉଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଅଧିକ ମାମଲା ସାମ୍ନାକୁ ଆସୁଥିବାରୁ ସେଠାରେ ବୁଷ୍ଟର ଡୋଜ୍ ନେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.