fbpx
BJD SKY
BJD SKY

ପରିବା ସହ ବଢ଼ିଲା ରିଫାଇନ୍ ଓ ସୋରିଷ ତେଲର ଦାମ୍: ଜାଣନ୍ତୁ ଲିଟର ପିଛା କେତେ ?

BJD

ନୂଆଦିଲ୍ଲୀ: ଖାଇବା-ପିଇବା ଜିନିଷର ମୂଲ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯାହାଫଳରେ ଘରର ବଜେଟ୍ ବିଗିଡ଼ିବାରେ ଲାଗିଛି । ପରିବା ସହ ଖାଇବା ତେଲର ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ରିଫାଇନ ଓ ସୋରିଷ ତେଲ ଦାମରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ହୋଇଛି ।

ଆଗାମୀ ଦିନକୁ ନେଇ ଚିନ୍ତା ବଢ଼ିଯାଇଛି । କାରଣ, ଇଣ୍ଡୋନେସିଆ ଖଜୁରୀ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି । ଭାରତ ନିଜ ଆବଶ୍ୟକତାର ୬୦ ପ୍ରତିଶତ କେବଳ ଇଣ୍ଡୋନେସିଆରୁ କିଣିଥାଏ । ଏଥିରେ ଖଜୁରୀ ତେଲ ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତୁ ଜାଣିବା ତେଲର ବର୍ତ୍ତମାନ ରେଟ୍ :
ସୋରିଷ ତେଲ- ଲିଟର ପିଛା ୧୬୦ରୁ ୧୯୫ ଟଙ୍କା ହୋଇଛି ।
ରିଫାଇନ୍ ତେଲ – ଲିଟର ପିଛା ୧୧୦ରୁ ୧୬୦ ହୋଇଛି ।
ବନସ୍ପତି ଘିଅ ୧୫ କିଲୋ ପିଛା ୨୬୦୦ ଟଙ୍କା ।
ରାଶି ତେଲ ୨୨୦-୨୬୦ ଟଙ୍କା ହୋଇଛି ।

Get real time updates directly on you device, subscribe now.