fbpx

ଭାରତ ପାଖରେ ଆଉ ରହିଲା ୩୦ ଦିନ: ନିୟନ୍ତ୍ରଣ ନ କଲେ ଭୟାବହ ହେବ କରୋନାର ୩ୟ ସ୍ତର

ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି ରୋଗକୁ ରୋକିବାକୁ ସକ୍ଷମ ହେବ ନାହିଁ, ତେବେ ଏହା ତୃତୀୟ ସ୍ତରରେ ପହଞ୍ଚିଯିବ । ଏହାର ଖୁଲାସା କରିଛନ୍ତି ଦେଶର ସବୁଠାରୁ ବଡ ଡାକ୍ତର ବା ବୈଜ୍ଞାନିକ ବଳରାମ ଭାର୍ଗବ ।

ଦ୍ୱିତୀୟ ପର୍ଯ୍ୟାୟ କରୋନା ଜୀବାଣୁ ଅର୍ଥ ହେଉଛି, କରୋନା ଜୀବାଣୁ କେବଳ ସେହି ଲୋକଙ୍କମାନଙ୍କଠାରେ ଦେଖିବାକୁ ମିଳିଛି, ଯେଉଁମାନେ କରୋନା ସଂକ୍ରମିତ ଦେଶରୁ ଆସିଛନ୍ତି । ଅର୍ଥାତ୍ ଏହି ରୋଗ ସ୍ଥାନୀୟ ସ୍ତରରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିନାହିଁ ।

ତୃତୀୟ ପର୍ଯ୍ୟାୟରେ ଏହି ରୋଗ ଭାରତ ଭିତରେ ସଂକ୍ରମିତ ଳୋକମାନଙ୍କଠାରୁ ଏଠାକାର ଲୋକଙ୍କ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିବ । ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆ କବରକାଗଜକୁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କରୋନା ଭାଇରସକୁ ଦ୍ୱିତୀୟ ସ୍ତରରେ ରୋକିବାକୁ ସରକାର ଉଦ୍ୟମ କରୁଛନ୍ତି । ତୃତୀୟ ସ୍ତର ସହ ଲଢେଇ କରିବା ବା ବନ୍ଦ କରିବାକୁ ଭାରତ ପାଖରେ ଆଉ ମାତ୍ର ୩୦ ଦିନର ସମୟ ରହିଛି । ଏହି ରୋଗ ବର୍ତ୍ତମାନ ସୁଦ୍ଧା ଭାରତରେ ସାମୁଦାୟକ ସ୍ତରରେ ବ୍ୟାପିନାହିଁ । ଯଦି ଏପରି ଘଟେ ତେବେ ବହୁ ଅସୁବିଧା ହେବ । ଏହି ସମୟ ହେଉଛି ସମଗ୍ର ଦେଶ ଓ ସମସ୍ତ ଲୋକ ଏକତ୍ରିତ ହୋଇ ଏହି ରୋଗର ମୁକାବିଲା କରିବା ।’

ତେବେ ତୃତୀୟ ସ୍ତରରେ କରୋନ ଖୁବଶୀଘ୍ର ଲୋକଙ୍କ ମଧ୍ୟରେ ବ୍ୟାପିଥାଏ । ଏହା ପରେ ଚତୁର୍ଥ ସ୍ତର ଆସିଥାଏ, ଯେତେବେଳେ ଏହା ମାହାମାରୀର ରୂପ ନିଏ । ତା ପରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବା ସହ ନିୟନ୍ତ୍ରିତ ହେବା ବେଳକୁ ଲକ୍ଷ ଲକ୍ଷ ଲୋକ ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.