fbpx
BJD
BJD SKY
BJD SKY

ପିଏମ୍ କିଷାନ ନିଧିରେ ବଡ଼ ଘୋଟାଲା; ସିଜ୍ ହେଲା ୧୨ ହଜାର ଆକାଉଣ୍ଟ

BJD

ଉତ୍ତର ପ୍ରଦେଶ ବିଜନୋରରୁ ଆସିଛି ଏକ ବଡ଼ ଦୁର୍ନୀତି ଅଭିଯୋଗ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଯୋଜନାର ୧୨ ହଜାରରୁ ଅଧିକ ଅଯୋଗ୍ୟ ଖାତାକୁ ଯାଉଥିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କିସ୍ତି । ତେବେ ଏହି ଘଟଣାର ଯାଞ୍ଚ କରିବା ସହ ଏହି ଖାତାକୁ ସିଜ୍ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ରୁ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ମିଳୁଛି । କିଷାନ ସମ୍ମାନ ନିଧିରେ ପ୍ରତିବର୍ଷ ଚାଷୀଙ୍କୁ ୨ ହଜାର ଟଙ୍କା କିସ୍ତି ତିନି ଥରରେ ସମୁଦାୟ ୬ ହଜାର ଟଙ୍କା ଦିଆଯାଉଛି । ଜିଲ୍ଲାର ପ୍ରାୟ ସାଢ଼େ ତିନି ଲକ୍ଷ ଚାଷୀ ଏହାର ଫାଇଦା ପାଇପାରୁଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାର କିଛି ହିତାଧିକାରୀଙ୍କର ଯାଞ୍ଚ କରିଛନ୍ତି । ଆଉ ଯାଞ୍ଚରୁ ଜଣାପଡ଼ିଥିଲା ଜିଲ୍ଲାର ପ୍ରାୟ ୫ ହଜାର ୭୧୧ କୃଷକ ଏଭଳି ଅଛନ୍ତି ଯେଉଁମାନେ ଆୟକର ଦାତା ଥିଲେ ଏବଂ ଯୋଜନା ପାଇଁ ଯୋଗ୍ୟ ମଧ୍ୟ ନଥିଲେ । ଏହା ଛଡ଼ା ୫୩୨ ମୃତକଙ୍କ ଖାତାରେ ମଧ୍ୟ ଏହି ଯୋଜନାରେ କିସ୍ତି ଦିଆଯାଉଥିଲା । ଅନ୍ୟ କାରଣରୁ ଅଯୋଗ୍ୟ ଥିବା ୫ ହଜାର ୭୬୩ କୃଷକଙ୍କ ଖାତାରେ ମଧ୍ୟ କିସ୍ତି ଯାଉଥିଲା ।

ସୂଚନା ଅନୁଯାୟୀ ପ୍ରାରମ୍ଭରେ କିଷାନ ସମ୍ମାନ ନିଧି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନଥିଲା ଫଳରେ ଆୟକର ଦେଉଥିବା ଲୋକ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାରେ ସଫଳ ହୋଇଥିଲେ । ଏବେ ଏହି ଖାତା ଗୁଡ଼ିକରୁ ଟଙ୍କା ଫେରସ୍ତ ହୋଇପାରେ । ଉପକୃଷି ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ସୂଚନା କହିଛନନ୍ତି ଯେ ବିଭାଗ ପ୍ରାୟ ୪୦ ହଜାର ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ କରୁଛି ଯାଞ୍ଚରେ ଅଯୋଗ୍ୟ ଚାଷୀ ଜଣାପଡ଼ିଲେ ସେମାନଙ୍କର ସମ୍ମାନ ନିଧି ବନ୍ଦ ହେବ ।

Get real time updates directly on you device, subscribe now.