fbpx

ଉତ୍ତରପ୍ରଦେଶରେ ୧୦୦ ଟି ସିଟ୍ ପ୍ରତିଦ୍ୱନ୍ଦ୍ୱିତା କରିବ AIMIM

ବିହାର ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ଏଆଇଏମଆଇଏମ ଏବେ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଦଳ ୨୦୨୨ ବିଧାନସଭା ନିର୍ବାଚନରେ ୧୦୦ ସିଟ୍ ପାଇଁ ଏହାର ପ୍ରାର୍ଥୀ ଛିଡ଼ା କରିବାକୁ ଯାଉଛି ।

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓବେସି ରବିବାର କହିଛନ୍ତି ତାଙ୍କ ଦଳ ଉତ୍ତର ପ୍ରଦେଶରେ ଓମ ପ୍ରକାଶ ରାଜଭରଙ୍କ ନେତୃତ୍ୱାଧୀନ ଏସବିଏସପି ଏବଂ ଅନ୍ୟ କିଛି ଦଳଙ୍କ ସହ ମିଶି ନିର୍ବାଚନ ଲଢ଼ିବ । ସେ ଏହା ମଧ୍ୟ କହିଛନ୍ତି ଯେ ଦଳ ୧୦୦ ସିଟ୍ ପାଇଁ ପ୍ରାର୍ଥୀ ମଧ୍ୟ ଛିଡ଼ା କରିବ । ତେବେ ଏଆଇଏମଆଇଏମ ର ଏହି ନିଷ୍ପତି ପରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିପାରେ ।

ଏନେଇ ସେ ଏକ ଟ୍ୱିଟ୍ କରି କହିଛନ୍ତି ତାଙ୍କ ଦଳ ୨୦୨୨ରେ ଉତ୍ତର ପ୍ରଦେଶ ନିର୍ବାଚନ ଲଢିବାକୁ ଯାଉଛି ।

ସୂଚନାଯୋଗ୍ୟ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଗତ ବର୍ଷ ଓବେସିଙ୍କ ଦଳ ବିହାରର ୨୦ ଟି ଆସନରେ ପ୍ରାର୍ଥୀ କରିଥିଲା। ସୀମାଞ୍ଚଳ ଅଞ୍ଚଳରେ ତାଙ୍କ ଦଳର ପାଞ୍ଚ ଜଣ ପ୍ରାର୍ଥୀ ଜିତିବା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.