fbpx

ବ୍ୟାରିକେଡ୍‌ ଭାଙ୍ଗି ଲୁଟିନେଲେ, କବାଡ଼ିଆରେ ବିକିଦେଲେ; ରାଜଧାନୀରେ ରାଜ୍‌ କରୁଛନ୍ତି ଅସାମାଜିକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କିଏ କହେ ଆମ ଭୁବନେଶ୍ଵର ଆମ ରାଜଧାନୀ। ଏହାର ସୁରକ୍ଷା ବି ଆମର। ଆଉକିଏ କହେ- ମୋ ଭୁବନେଶ୍ୱର ମୋ ସମ୍ପତ୍ତି.. ମୁଁ ଲୁଟିବି, ବିକି ଖାଇବି! ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ପ୍ରମୁଖ ସ୍ଥଳ ରାଜମହଲ ଛକରେ। ଫଟୋକୁ ଦେଖନ୍ତୁ, ବୁଝି ପାରିବେ ନିଶ୍ଚିତ। ଲୁହା ବ୍ୟାରିକେଡ୍‌ ଭାଙ୍ଗି ଲୁଟି ନେବାରେ ସତେ ଯେମିତି ସେ ବୀରପଣିଆର କାର୍ଯ୍ୟ କରିଛନ୍ତି, ଏଭଳି ହିଁ କେହି ଅନୁଭବ କରିବ।

ଯୁବକ ଜଣକ ବାରିକେଡ୍‌କୁ ଉପାଡ଼ି ନେଇ ରାସ୍ତା କଡ଼ରେ ଥିବା କବାଡ଼ି ଦୋକାନକୁ ଫିଙ୍ଗି ଦେଉଛନ୍ତି। ରାଜମହଲ ଛକ ଓଭର ବ୍ରିଜ ତଳେ ଲାଗିଥିବା ବ୍ୟାରିକେଡ୍‌କୁ ସମ୍ପୃକ୍ତ ଯୁବକ ଭାଙ୍ଗି ଉପାଡ଼ି ନେଇଥିଲେ। ତାପରେ କବାଡ଼ିଆରେ ବିକିଦେଲେ। ଏଠାରେ ସ୍ମରଣଯୋଗ୍ୟଯେ କିଛିଦିନ ପୂର୍ବରୁ ସତ୍ୟ ନଗର ଅଞ୍ଚଳର ଏକ ମଲ୍‌ ସାମ୍ନାରେ ଜଣେ ବ୍ୟକ୍ତି ’ମୋ ସାଇକେଲ’କୁ ଟେକି ନେଇ କବାଡ଼ିଆରେ ବିକି ଦେବା ଜଣାପଡ଼ିଥିଲା। ଏବେ ପୁଣି ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏସବୁର ସ୍ଥାୟୀ ପ୍ରତିକାର ପାଇଁ କଣ କିଛି ବାଟ ନାହିଁ? ପୋଲିସ୍‌ ଏଦିଗରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଆଗକୁ ଜଣାପଡ଼ିବ।

Get real time updates directly on you device, subscribe now.