fbpx

୩ଟି ଲୋକସଭା ଓ ୨୯ଟି ବିଧାନସଭାର ଆସନ ଉପରେ ଆରମ୍ଭ ହୋଇଯାଇଛି ଭୋଟଗଣତି, କିଏ ଜିତିବ କିଏ ହାରିବ; ଆଜି ହେବ ଫଇସଲା

ନୂଆଦିଲ୍ଲୀ: ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତିନିଟି ଲୋକସଭା ଆସନ ଏବଂ ୨୯ଟି ବିଧାନସଭା ଆସନରେ ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏହାପରେ ଆଜି ମତଗଣନା ହେବ । ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ନିର୍ବାଚନ ଆୟୋଗ ପକ୍ଷରୁ ଆସାମର ୫ଟି, ପଶ୍ଚିମବଙ୍ଗର ଚାରିଟି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟର ତିନିଟି ଲେଖାଏଁ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନର ଦୁଇଟି ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନ ପାଇଁ ବିଧାନସଭା ଉପନିର୍ବାଚନ ଆୟୋଜନ କରାଯାଇଥିଲା ।

ସେହିପରି ଆଜି ସକାଳ ୮ଟା ସମୟରୁ ଗତଗଣନା ଆରମ୍ଭ ହୋଇଛି । ଫଳାଫଳ ପାଇଁ ଉପନିର୍ବାଚନ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ମାହୋଲ ସରଗରମ ରହିଛି । ଲୋକସଭାର ଦାଦ୍ରାନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଆସନ ଗୁଡ଼ିକ ପାଇଁ ମତଦାନ ହୋଇଥିବା ବେଳେ ମଙ୍ଗଳବାର ଦିନ ଭୋଟଗଣନା ପ୍ରକ୍ରିୟା ଆୟୋଜିତ ହୋଇଛି ।

Get real time updates directly on you device, subscribe now.