fbpx

୫ ରାଜ୍ୟ ବିଧାନସଭା ଭୋଟ୍ ଗଣତି ଆରମ୍ଭ: କିଏ ମାରିବ ବାଜି?

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଗତ ୨ ମାସ ଧରି ଚାଲିଥିବା ରାଜନୀତିର ଆଜି ଆସିବ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ବିଜେପି ଓ ସପା ମଧ୍ୟରେ ମହାମୁକାବିଲା ଚାଲିଥିବା ବେଳେ ପଞ୍ଚାବରେ କଂଗ୍ରେସକୁ ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟୀ । ଏହି ୨ଟି ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କଂଗ୍ରେସ, ଆପ୍ ସତ୍ତାରେ ଥିବା ବିଜେପି ଓ ତାଙ୍କ ସାଥୀଙ୍କୁ ଟକ୍କର ଦେଉଛନ୍ତି । ମତଗଣନା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଦର୍ଶନ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.