fbpx

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ, ଏହି ‘ସୂର୍ଯ୍ୟ ତିଳକ’ ପଛର ବିନ୍ଧାଣୀ ହେଉଛନ୍ତି ଓଡିଆ ବୈଜ୍ଞାନିକ ଗୌରବ ଡା. ଏସ୍ କେ ପାଣିଗ୍ରାହୀ

ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନସରେ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା । ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବା ପରେ ଅଯୋଧ୍ୟା ରାମ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଅଯୋଧ୍ୟାରେ ଆଜି ଜନସମୁଦ୍ର ଦେଖିବାକୁ ମିଳିଥିଲା । ଦିନ ୧୨ଟା ସମୟରେ ସୂର୍ଯ୍ୟକିରଣରେ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ସମାପନ ହୋଇଥିଲା । ଏହି ଅଭିନବ ସୂର୍ଯ୍ୟ ତଳକ ଏକ ବୈଜ୍ଞାନିକ ପଦ୍ଧତିରେ କରାଯାଇଛି । କିନ୍ତୁ କ’ଣ ଆପଣମାନେ ଜାଣିଛନ୍ତି ଏହି ନିଆରା କୌଶଳ ପଛର ବିନ୍ଧାଣୀ କିଏ ? ସେ ହେଉଛି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ଏକ ଟିମ୍ ରାମ ମନ୍ଦିରରେ ନିଆରା ‘ସୂର୍ଯ୍ୟ ତିଲକ’ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟକିରଣ, ଦର୍ପଣ ଓ ଲେନ୍ସ ସାହାଯ୍ୟରେ ଏହି ନିଆରା ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଏଥିରେ ବିଦ୍ୟୁତ, ବ୍ୟାଟେରୀ, ଲୁହା ଓ ଇସ୍ପାତର ବ୍ୟବହାର ହୋଇନାହିଁ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ସରୋଜ କୁମାର ପାଣିଗ୍ରାହୀ । ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ (ଆରଇସି)ରୁ ଏମଟେକ୍ କରିଥିଲେ । ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁରକିରୁ ପିଏଚଡି କରିବା ପରେ ସିବିଆରଆଇରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.