fbpx

ମ୍ୟାଚ ହାରିବା ପରେ କୋଲକାତାକୁ ଆଉ ଏକ ଝଟକା: ଶ୍ରେୟସଙ୍କ ଉପରେ ଲକ୍ଷ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ପରାଜୟ ସହିତ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବିସିସିଆଇ । ସ୍ଲୋ ଓଭର ରେଟ ଅଭିଯୋଗରେ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଜାରି କରିଛନ୍ତି ଆଇପିଏଲ ଆୟୋଜକ । ଏହି ସ୍ଲୋ ଓଭର ରେଟ ଯୋଗୁଁ ଦଳକୁ ଶେଷ ଓଭର ମଧ୍ୟ ମହଙ୍ଗା ପଡ଼ିଥିଲା ।

ସୂଚନା ମୁତାବକ, କେଲାକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ବୋଲିଂ ଯୋଗୁଁ ଏହି ଜରିମାନାରେ ଦଣ୍ଡିତ ହୋଇଛନ୍ତି ଶ୍ରେୟସ । ତେବେ ନ୍ୟୁନତମ ଓଭର ଗତି ଅପରାଧ ମାମଲାରେ ଚଳିତ ସିଜନରେ ଏହା କୋଲକାତା ପକ୍ଷରୁ ପ୍ରଥମ ଭୁଲ ରହିଥିଲା । ତେଣୁ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷଟଭ୍କା ଜରିମାନା ଲାଗୁ ହୋଇଛି । ଅଧିନାୟକ ଶ୍ରେୟସ ମଧ୍ୟ ଏହି ଭୁଲକୁ ସ୍ୱୀକାର କରିଛନ୍ତି, ତେଣୁ ମାମଲାର କୌଣସି ଶୁଣାଣି ହେବ ନାହିଁ । ତେବେ ଏହାପରେ ଶ୍ରେୟସଙ୍କୁ ସତର୍କ ରହିବାକୁ ହେବ । କାରଣ ଆଗାମୀ ମ୍ୟାଚରେ ଏଭଳି ଭୁଲ ହେଲେ, ଏହା ଦଳ ପାଇଁ ମହଙ୍ଗା ପଡ଼ିପାରେ । ଦ୍ୱିତୀୟ ତର ଏହି ଭୁଲ ପାଇଁ ଖେଳାଳିମାନଙ୍କ ଉପରେ ୬-୬ ଲକ୍ଷ ଟଭ୍କା ଜରିମାନା ।ଦାୟ କରାଯିବ ଏବଂ ଅଧିନାୟକଙ୍କ ପାଇଁ ଏହି ଜରିମାନା ୨୪ ଲକ୍ଷକୁ ବୃଦ୍ଧି କରି ଦିଆଯିବ ।

କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ମ୍ୟାଚ୍ ସମୟରେ ମନ୍ଥର ଓଭର ହାର ପାଇଁ ଦଣ୍ଡିତ ହୋଇଥିଲେ। ରାଜସ୍ଥାନ ବିପକ୍ଷ ଶେଷ ଓଭରରେ କେକେଆର୍ ୩୦ ୟାର୍ଡ ବାହାରେ ଚାରି ଜଣ ଖେଳାଳିଙ୍କୁ ରକିବା ପାଇଁ ଅନୁମତି ପାଇଥିଲେ । ବରୁଣ ଚକ୍ରବର୍ତ୍ତୀ ଶେଷ ଓଭରରେ ବୋଲିଂ କରିଥିଲେ, ଯେଉଁଥିରେ ଜୋସ୍ ବଟଲର ବିଜୟ ଦେବା ପାଇଁ ୯ ରନ୍ ସଂଗ୍ରହ କରିଥିଲେ। ତେବେ ଯଦି ୫ ଜଣ ଖେଳାଳିଙ୍କୁ ବାହାରେ ରଖିବାର ଅନୁମତି ମିଳିଥାନ୍ତା, ତେବେ ଶ୍ରେୟସ ଏହି ଓଭର ପାଇଁ କୌଣସି ପେସ୍ ବୋଲରଙ୍କୁ ଦାୟିତ୍ୱ ଦେଇ ପାରିଥାନ୍ତେ ।

Get real time updates directly on you device, subscribe now.