fbpx

ଲୋକସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା TMC

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।

ତେବେ ଲୋକସଭା ନିର୍ବାଚନ ପାଇଁ ନିକଟରେ ବିଜେପି ତା’ର ଘୋଷଣାପତ୍ର ଜାରି କରିଥିବା ବେଳେ ଆଜି ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ତା’ର ଘୋଷଣାପତ୍ର ଜାରି କରିଛି । ଏହି ଘୋଷଣାପତ୍ରରେ ଟିଏମସି ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ପଞ୍ଜିକୃତ ନାଗରିକ (ଏନଆରସି) ଓ ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ନେଇ ୧୦ଟି ଲକ୍ଷ୍ୟ ପୂରଣ ନେଇ ପ୍ରତିଶ୍ରୁତିବଦ୍ଧ ହୋଇଛି ।

କେନ୍ଦ୍ରରେ ଟିଏମସି ସରକାର ଗଠନ କଲେ ସିଏଏ ରଦ୍ଦ କରିବ ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରିଛି । ଏଥିସହିତ ୟୁସିସି ଲାଗୁ କରିବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଟିଏମସି ଘୋଷଣାପତ୍ର ଜାରି କରିଛି । ଏପ୍ରିଲ ୧୯ରେ ପଶ୍ଚିମବଙ୍ଗର କୁଚବିହାର, ଅଲୀପୁରଦ୍ୱାର ଓ ଜଲପାଈଗୁଡ଼ୀରେ ମତଦାନ ହେବ ।

Get real time updates directly on you device, subscribe now.