fbpx

ଖୁବ ଜୋରରେ ବଢୁଛି Voice Cloning Scam, ଅଧିକ କ୍ଷତି ହେବା ପୂର୍ବରୁ ଜାଣନ୍ତୁ ଏହି ବିଷୟରେ..

ନୂଆଦିଲ୍ଲୀ: ସ୍ମାର୍ଟଫୋନର ବ୍ୟବହାର ବଢିବା ସହ ଅସୁବିଧା ମଧ୍ୟ ବଢିବାରେ ଲାଗିଛି । ସ୍ମାର୍ଟଫୋନରେ ଯେବେଠାରୁ ଇଣ୍ଟରନେଟ ବ୍ୟବହାର ବଢିଛି ସେବେଠାରୁ ସାଇବର କ୍ରାଇମ୍‌, ସ୍କାମ, ଅନଲାଇନ ଫ୍ରଡ ମାମଲା ମଧ୍ୟ ବଢୁଛି । ଟେକ୍ନୋଲୋଜି ବଦଳିବାରେ ସ୍କାମର୍ସ ଏବଂ ହ୍ୟାକର୍ସ ମଧ୍ୟ ଅନଲାଇନ ଫ୍ରଡର ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏବେ ସାଇବର କ୍ରିମିନାଲ ଲୋକଙ୍କୁ ଠକାମୀର ଶିକାର କରିବା ପାଇଁ Voice Cloning Scamର ନୂଆ ଉପାୟ ବାହାର କରିଛି ।

ବର୍ତ୍ତମାନ Voice Cloning Scam ବହୁ ମାତ୍ରାରେ ବଢିବାରେ ଲାଗିଛି । ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । କାରଣ ଏହି ସମୟରେ ଭଏସ କ୍ଲୋନିଙ୍ଗ ଆପ ଅଧିକ ମାତ୍ରାରେ ବଢୁଛି । ଯଦି ଆପଣଙ୍କ ପାଖକୁ କୌଣସି ଅନନୋନ ନମ୍ବରରୁ କଲ୍ ଆସୁଛି ତେବେ ସର୍ବପ୍ରଥମେ ସେହି ନମ୍ବରର ଚିହ୍ନଟ କରନ୍ତୁ । ଯଦି କଲରେ ଆପଣଙ୍କୁ କୌଣସି ନିଜ ସଂପର୍କୀୟ ବା ନିଜର କୌଣସି ପରିବାର ସଦସ୍ୟଙ୍କ କାନ୍ଦଣା ଶୁଭାଯାଉଛି ଏବଂ ଏଥିପାଇଁ ଆପଣଙ୍କୁ ଟଙ୍କା ମଗାଯାଉଛି ତେବେ ସତର୍କ ରୁହନ୍ତୁ । ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କ ଘରେ ତଦନ୍ତ କରନ୍ତୁ ।

ଏଥିସହ ଫୋନରେ ଆସୁଥିବା ଭଏସକୁ ଭଲଭାବେ ଶୁଣନ୍ତୁ । ଏହା ଆମେ ଏଥିପାଇଁ କରୁଛୁ କାରଣ ଏଆଇ ଯେତେ ବି ଉନ୍ନତି ହେଲେ ମଧ୍ୟ ସେ ମଣିଷ ପରି ଶବ୍ଦ ବାହାର କରିପାରିବ ନାହିଁ । ଯଦି ଆପଣ ଧ୍ୟାନର ସହ ଶୁଣନ୍ତି ତେବେ ନକଲି ଶବ୍ଦକୁ ମଧ୍ୟ ଆପଣ ଟ୍ରାକ କରିପାରିବେ ।

ଭଏସ କ୍ଲୋନିଙ୍ଗ ଆପକୁ ନେଇ ଅନେକ ଥର ଏହି ପ୍ରଶ୍ନ ମନକୁ ଆସୁଛି ଯେ, ଆମ ପରି କଥାବାର୍ତ୍ତାର କିପରି କ୍ଲୋନ ତିଆରି ହୋଇପାରୁଛି, ଅନେକ ଥର ଲୋକମାନେ ନିଜ ଅଡିଓ କ୍ଲିପକୁ ଅନେକ ସୋସି।।ଲ ମିଡିଆ ପ୍ଲାଟଫର୍ମ ଏବଂ ଅନ୍ୟ ଅନଲାଇନ ପ୍ଲାଟଫର୍ମରେ ଅପଲୋଡ କରନ୍ତି ଯେଉଁଠାରେ ସ୍କାମର୍ସ ଭଏସକୁ କପି କରିନିଅନ୍ତି । ଏଥିପାଇଁ ଆପଣଙ୍କୁ କୌଣସୋ ଅନଲାଇନ ପ୍ଲାଟଫର୍ମରେ ନିଜ ସ୍ୱରକୁ ଅପଲୋଡ କରନ୍ତୁ ନାହିଁ ।

Get real time updates directly on you device, subscribe now.