fbpx

ଦେଶର ପ୍ରଥମ ସାଧୁ ଭାବେ ସେ ରାଜନୀତିରେ ଯୋଗ ଦେଇଥିଲେ, ତାଙ୍କୁ ‘ଧର୍ମସମ୍ରାଟ’ର ଉପାଧି ମିଳିଥିଲା

ସ୍ୱାଧୀନତା ପୂର୍ବରୁ ଦେଶରେ ଜଣେ ସାଧୁଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଥିଲା । ତାଙ୍କୁ ଦେଶର ଜଣେ ମହାନ ସାଧୁ ଭାବରେ ବିବେଚନା କରାଯାଉଥିଲା । ତାଙ୍କ ନାଁ ହେଲା ସ୍ୱାମୀ କରପାତ୍ରୀ ମହାରାଜ । ସେ ବରାଣାସୀରେ ରହୁଥିଲେ । ସ୍ୱାମୀ କରପାତ୍ରୀ ମହାରାଜଙ୍କ ନାଁ ପଛରେ ଏକ କାହାଣୀ ରହିଛି- ବାସ୍ତବରେ ଖାଦ୍ୟପେୟ ପାଇଁ ସେ କେବେ କୌଣସି ପାତ୍ରର ବ୍ୟବହାର କରୁନଥିଲେ । ସବୁବେଳେ ନିଜ ହାତରେ ହିଁ ଭୋଜନ ଗ୍ରହଣ କରୁଥିଲେ ଅର୍ଥାତ ସେ ତାଙ୍କ ହାତ(କର)କୁ ହିଁ ଖାଇବା ପାତ୍ର ଭାବେ ବ୍ୟବହାର କରୁଥିଲେ । ସେଥିପାଇଁ ତାଙ୍କ ନାଁ ହୋଇଗଲା କରପାତ୍ରୀ ଜୀ ମହାରାଜ ।

ସ୍ୱାମୀ କରପାତ୍ରୀ ଜୀଙ୍କୁ ହିନ୍ଦୁମାନଙ୍କ ମଧ୍ୟରେ ଗହଣରେ ସିଦ୍ଧ ବିବେଚନା କରାଯାଉଥିଲା । ରାଜନୈତିକ ନେତାମାନଙ୍କ ଠାରୁ ଆରମ୍ଭ କରି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ ତାଙ୍କର ବହୁତ ସମ୍ମାନ ଥିଲା । ଦେଶ ସ୍ୱାଧୀନ ହେଲା ପରେ ସେ ନେହେରୁ ସରକାରଙ୍କ ହିନ୍ଦୁ କୋଡ଼୍ ବିଲ୍ ବିରୋଧରେ ବଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ । ପରେ ଗୋ ମାତାଙ୍କ ସୁରକ୍ଷା ନିମନ୍ତେ ଅଭିଯାନ ଜାରି କରିଥିଲେ । ସ୍ୱାଧୀନତା ପରେ ଦେଶରେ ହିନ୍ଦୁ ରାଜର ସ୍ଥାପନା ହେଉ ବୋଲି ସେ ଚାହୁଁଥିଲେ । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ୧୮୪୮ ମସିହାରେ ‘ଅଖିଳ ଭାରତୀୟ ରାମରାଜ୍ୟ ପରିଷଦ’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । ଏହି ଦଳ ଗଠନ କରିବାର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁତ୍ୱ ଏବଂ ହିନ୍ଦୁ ରାଷ୍ଟ୍ରବାଦ । ତେବେ ୫୦ ଏବଂ ୬୦ ଦଶକରେ ତାଙ୍କ ରାଜନୈତିକ ଦଳ ବହୁତ ଲୋକପ୍ର୍ରିୟତା ହାସିଲ କରିଥିଲା । ନିର୍ବାଚନୀ ପ୍ରଚାର ସମୟରେ ସ୍ୱାମୀ କରପାତ୍ରୀ ମହାରାଜଙ୍କୁ ଶୁଣିବା ପାଇଁ ବହୁତ ଭିଡ଼ ହେଉଥିଲା । ତାଙ୍କୁ ଦେଶର ବଡ଼ ବଡ଼ ଲୋକଙ୍କ ସମର୍ଥନ ମିଳୁଥିଲା ।

ଅନେକ ବ୍ୟବସାୟୀ ତାଙ୍କ ଦଳକୁ ଆର୍ଥିକ ସାହଯ୍ୟ ଯୋଗାଉଥିଲେ । ୧୯୫୨, ୧୯୫୭ ଏବଂ ୧୯୬୨ରେ ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲେ । କେବଳ ଏତିକି ନୁହେଁ ବିଧାନସଭା ନିର୍ବାଚନରେ ତାଙ୍କ ପ୍ରାର୍ଥୀମାନେ ବିଜୟ ହାସଲ କରିଥିଲେ । ସେହିପରି ୧୯୫୨ରେ ରାମରାଜ୍ୟ ପରିଷଦ ବିହାର ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନରେ ୨୯ ଏବଂ ୯୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା । ଫଳରେ ୨ଟି ରାଜ୍ୟରେ ଗୋଟିଏ ଗୋଟିଏ ଆସନ ଜିତିିଥିଲେ । ୧୯୫୭ରେ ପ୍ରଥମ ଥର ପାଇଁ ରାଜସ୍ଥାନ ବିଧାନସଭାରେ ସେ ୬୦ଟି ଆସନରେ ପ୍ରତିଦ୍ୱନ୍ଦିତା କରି ୧୭ଟି ଜିତିଥିଲେ । ଏହା ତାଙ୍କ ପାଇଁ ବଡ଼ ବିଜୟ ଥିଲା । ଏହା ପରେ ସେ ରାଜନୈତିକ ଦୁନିଆରେ ଏକ ବଡ଼ ଶକ୍ତି ପାଲଟିଗଲେ । ପରେ ରାମରାଜ୍ୟ ପରିଷଦ ଭାରତୀୟ ଜନସଂଘରେ ମିଶିଥିଲା । ଯାହା ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଭାବରେ ସାମ୍ନାକୁ ଆସିଛି ।

ବାରାଣାସୀରେ ସେ ତାଙ୍କ ଜୀବନ କାଳର ଅଧିକାଂଶ ସମୟ ଅତିବାହିତ କରିଥିଲେ । ବାରାଣାସିରେ ‘ଧର୍ମସଂଘର’ ସ୍ଥାପନା କରିଥିଲେ । ସେତେବେଳେ ବାରାଣାସୀରୁ ‘ସନ୍‌ମାର୍ଗ’ ନାମକ ଏକ ଖବରକାଗଜ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶିତ ହେଉଛି । ୭୫ ବର୍ଷ ବୟସରେ ବରାଣାସୀରେ ସ୍ୱାମୀ କରପାତ୍ରୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ପ୍ରକୃତ ନାଁ ହରି ନାରାୟଣ ଓଝା ଥିଲା । ଧର୍ମଶାସ୍ତ୍ରରେ ବିଚକ୍ଷଣ ଜ୍ଞାନ ପାଇଁ ତାଙ୍କୁ ‘ଧର୍ମସମ୍ରାଟ’ର ଉପାଧି ଦିଆଯାଇଥିଲା ।

 

Get real time updates directly on you device, subscribe now.