fbpx

ଗିରଫ ହେଲେ ଅଟକ ଦମ୍ପତ୍ତି: SCBରୁ ପିଲାଚୋରି ମାମଲାରେ ବାନ୍ଧିଲା ପୋଲିସ

କଟକ: ଏସସିବି ମେଡିକାଲରୁ ପିଲାଚୋରି ମାମଲାରେ ଗିରଫ ହେଲେ ଅଟକ ଥିବା ଦମ୍ପତ୍ତି । ପିଲାଚୋରି ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ଏବେ ଉଭୟଙ୍କୁ ଗିରଫ କରାଯାଇଛି । ତେବେ ଚୋରି କେମିତି କରାଯାଇଥିଲା, ସେ ନେଇ ଏବେ ତଦନ୍ତ ଆଗକୁ ବଢାଇଛି ପୋଲିସ । ଏହାସହ ଘଟଣାର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଖୋଜିବା ଆରମ୍ଭ ହୋଇଛି ।

ମିଳିତିବା ସୂଚନା ଅନୁଯାୟୀ କଟକ ବଡ ମେଡିକାଲରୁ ପିଲାଚୋରି ପରେ ଦୁଇ ଦମ୍ପତ୍ତିଙ୍କୁ ଅଟକ ରଖାଯାଇଥିଲା । ଚୋରି ହୋଇଥିବା ପିଲାଟିକୁ ଫେରାଇବାକୁ ଆସିଥିବା ବେଳେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଏହାପରେ ଉଭୟଙ୍କୁ ଏବେ ଗିରଫ କରାଯାଇଛି । ଏ ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ତେବେ ଉଭୟଙ୍କୁ ଗିରଫ କରାଯିବା ପରେ ଚୋରି ସମ୍ବନ୍ଧରେ ଅଧିକ ଖୋଳତାଡ ଆରମ୍ଭ ହୋଇଛି । କେମିତି ଏହି ପିଲାଟିକୁ ଚୋରି ହୋଇଥିଲା ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଏବେ ତଦନ୍ତ ଆଗକୁ ବଢାଇଛି ପୋଲିସ ଡିପାର୍ଟମେଣ୍ଟ ।

ମହିଳା ଜଣଙ୍କ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ପାରି ନଥିବାରୁ ସେ ପିଲା ଚୋରି କରିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି । ସମ୍ପୃକ୍ତ ମହିଳା ଜଣଙ୍କ ଏସସିବିରେ ଆଡମିସନ ହୋଇନଥିଲେ । ସେ ଉଦ୍ଦେଶ୍ୟମୂଳକ ଭାବେ ନବଜାତକୁ ନେଇଯାଇଥିଲେ । ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପିଲାଚୋରି ଘଟଣାକୁ ନେଇ ଗତକାଲି ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଥିଲା ଏସସିବି । ପ୍ରସୂତୀ ବିଭାଗର ଆଇସିୟୁରୁ ଜବଜାତ କନ୍ୟାକୁ କେହି ଚୋରି କରିନେଇଥିବା ଅଭିଯୋଗ କରିଥିଲେ ଶିଶୁର ବାପା । ୬ ଦିନ ତଳେ ତାଙ୍କର ଦୁଇଟି ଯମଜ କନ୍ୟା ଜନ୍ମ ହୋଇଥିଲେ । ସାନ ଝିଅକୁ ଜଣ୍ଡିସ ହୋଇଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭିର୍ତ୍ତି କରାଯାଇଥିଲା । ତେବେ ଗତକାଲି କେହି ତାଙ୍କ କନ୍ୟାକୁ ଚୋରି କରିନେଇଥିବା ଶିଶୁର ବାପା ଅଭିଯୋଗ କରିଥିଲେ । ଏହି ଅନିୟମିତତା ପାଇଁ ଚାରିଆଡ଼ୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଥିଲା ।

Get real time updates directly on you device, subscribe now.