fbpx

(Video) ବର୍ଷା- ଅନୁଭବ ବିବାଦ : ମଧ୍ୟସ୍ଥତା ଚାହୁଁନି ବୋଲି କହିଲେ ସାଂସଦ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଜାରି ରହିଛି । ଫାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କୁ ଶେଷ ହୋଇଛି କାଉନସେଲିଂ । ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ଅନୁଭବ । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ଆରମ୍ଭ କରିବାକୁ ଅନୁଭବ ଆବେଦନ କରିଛନ୍ତି । ଅନ୍ୟପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ, ସେଥିରେ ସହଯୋଗ କରିବେ ବୋଲି ବର୍ଷା ଜଣାଇଛନ୍ତି ।

ତେବେ ଫାମିଲି କୋର୍ଟ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଉଭୟଙ୍କୁ ଫାମିଲି କୋର୍ଟରେ ହାଜର ପାଇଁ ନିଜ ଆଡୁ ଆଜି ପୁଣି ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ଗତ ୧୪ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ଫାମିଲି କୋର୍ଟରେ ହାଜର ହୋଇଥିଲେ । ଅନୁଭବ ମହାନ୍ତିଙ୍କ ପକ୍ଷରୁ ଫାମିଲି କୋର୍ଟରେ ଆଜି ଦୁଇଟି ପିଟିସନ ଦାୟର କରାଯାଇଥିଲା ।

ପୂର୍ବରୁ ଦାୟର କରିଥିବା ବିବାହ ବିଚ୍ଛେଦ ମାମଲାରେ ଏକ ସଂଶୋଧନ ପାଇଁ ପିଟିସନ ଦାୟର କରିଥିଲେ । ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା ଚାହାନ୍ତି ନାହିଁ ତେଣୁ ଫାମିଲି କୋର୍ଟ ମାମଲାର ଶୁଣାଣି ଆଗକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ । ପୂର୍ବରୁ ଫାମିଲି କୋର୍ଟରେ ଧାର୍ଯ୍ୟ ଜେରା ଦିନରେ ବର୍ଷାଙ୍କ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ଅନୁଭବଙ୍କ ଜେରାକୁ ସମାପ୍ତ କରିଥିଲେ ପରିବାର ଅଦାଲତ ।

Get real time updates directly on you device, subscribe now.