fbpx
BJD SKY
BJD SKY

୧୨୩ ଦିନ ପରସ୍ପରକୁ ଶିକୁଳିରେ ବାନ୍ଧି ରଖିଲେ କପଲ୍, କିନ୍ତୁ ହୋଇଗଲା ବ୍ରେକଅପ୍

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷର ଦୈନାନ୍ଦିନ ଜୀବନରେ ଅନେକ ସମୟରେ ସୁବିଧା ଅସୁବିଧା ଆସେ । ଯାହାକୁ କେହି ରୋକିପାରିନଥାନ୍ତି । ସମ୍ପର୍କ କେତେ ମଜବୁତ୍ ହେଉ ନା କାହିଁକି ସେଥିରେ କେବେ ନା କେବେ ରାଗରୁଷା, ଅଭିମାନ ଦେଖା ଦେବା ନିଶ୍ଚିତ । ଆଉ ଯଦି ଆମେ ପ୍ରେମ ସମ୍ପର୍କ କଥା କହିବା ତେବେ ଅଭିମାନ, ରାଗରୁଷା ସବୁକିଛି ଏଥିରେ ସାଧାରଣ କଥା । ହେଲେ ଆଜି ଆମେ ଏମିତି ଜଣେ କପଲ୍ ଙ୍କ କଥା କହିବାକୁ ଯାଉଛୁ ଯାହାଙ୍କର କାହାଣୀ ଜାଣିଲେ ଆପଣ ମାନଙ୍କୁ ବି ଅଜବ ଲାଗିବ । ପ୍ରେମରେ ପ୍ରେମିକ ହେଉ କିମ୍ବା ପ୍ରେମିକା ଦୁହେଁ ସବୁ ବେଳେ ଚାହାନ୍ତି ସାଙ୍ଗ ହୋଇ ଆଉ ସାଥୀ ହୋଇ ସବୁଦିନ ପାଇଁ ରହିବାକୁ । ତେଣୁ ପ୍ରେମକୁ ସଫଳ କରିବାକୁ ଯାଇ ବେଳେ ବେଳେ ସେମାନେ ଏମିତି କିଛି କରି ବସନ୍ତି ଯାହା ଅଜବ ଲାଗେ ।

ପ୍ରକୃତ କଥା ହେଲା ଏକ କପଲ୍ ରହିଛନ୍ତି ଯେଉଁମାନେ ନିଜ ପ୍ରେମକୁ ପରୀକ୍ଷା କରିବାକୁ ଯାଇ ଶେଷରେ ହାରିଯାଇଛନ୍ତି । ସବୁ ସମ୍ପର୍କରେ ଯେପରି ଏକ ହାପି ଏଣ୍ଡିଂ ଥାଏ ତାହା ହୋଇପାରିନି । ଶେଷରେ ସେମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଉଛନ୍ତି ।

ଏହି କପଲ୍ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ନ ହେବା ପାଇଁ ଏବଂ ପ୍ରେମର ଗଭୀରତାକୁ ମାପିବାକୁ ଯାଇ ହାତରେ କଏଦୀଙ୍କ ପରି ଚେନ୍ ବାନ୍ଧିଥିଲେ । ଯେପରି କ୍ଷଣିକ ପାଇଁ ବି କେହି କାହାରି ଠାରୁ ଦୂରକୁ ନଯାଇ ପାରିବେ । ହେଲେ ଏତେସବୁ ପରେ ବି ରାଗରୁଷା, ଅଭିମାନ ଆଗରେ ହାର୍ ମାନିଗଲା ପ୍ରେମ ।

୨୦୨୧ ଫେବୃଆରୀ ମାସରେ ଏହି କପଲ୍ ଦୁହେଁ ଦୁହିଁଙ୍କୁ ନିଜ ସହିତ ବାନ୍ଧି ରଖିବା ପାଇଁ ଶିକୁଳି ପକାଇ ରଖିଥିଲେ । ପୂରା ତିନି ମାସ ଏପରି ବାନ୍ଧି ହୋଇ ରହିଥିଲେ । ତେବେ ଏହି କପଲ୍ ୟୁକ୍ରେନ୍ ର ହୋଇଥିବା ବେଳେ ସେମାନଙ୍କ ନାଁ ହେଉଛି ଆଲେକଜାଣ୍ଡର୍ କୁଡଲେ(୩୩) ଏବଂ ଭିକ୍ଟୋରିଆ ପୁସଟୋଭିଟୋଭା(୨୮) ।

ଦୁହେଁ ବାନ୍ଧି ହୋଇ ରହିଥିଲେ ସତ କିନ୍ତୁ ଏହି ସମୟରେ ଅନେକ ଥର ବିଭିନ୍ନ ଅସୁବିଧାର ବି ସାମନା କରିଛନ୍ତି । ଦୈନାନ୍ଦିନ କାମ କରିବାରେ ସେମାନେ ଅନେକ ସମସ୍ୟାକୁ ଫେସ୍ କରିଛନ୍ତି । କିନ୍ତୁ ଏହି ତିନି ମାସ ଭିତରେ କେବେ ବି ଶିକୁଳିକୁ ଖୋଲିନାହାନ୍ତି । ଯେଉଁଠିକୁ ବି ଯାଆନ୍ତି ମିଶିକି ଯାଆନ୍ତି । ବାଥ୍ ରୁମ୍ ଠାରୁ ଆରମ୍ଭ କରି ଗ୍ରୋସରୀ ଆଣିବା ପର୍ଯ୍ୟନ୍ତ ସବୁବେଳେ ଏକାଠି ତଥା ଯୋଡି ହୋଇ ରହିଥାନ୍ତି ଆଲେକଜାଣ୍ଡର୍ ଓ ଭିକ୍ଟୋରିଆ ।

ଏହିପରି ଭାବରେ ଶିକୁଳିରେ ବାନ୍ଧି ହୋଇ ୧୨୩ ଦିନ ଏକାଠି ବିତାଇବା ପରେ ଶେଷରେ ସେମାନେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ଆଲେକଜାଣ୍ଡର୍ ଓ ଭିକ୍ଟୋରିଆଙ୍କୁ ଦେଖିଲେ ଏପରି ପ୍ରତୀତ ହେଉଛି ଯେମିତି ଦୁହିଁଙ୍କ ସମ୍ପର୍କକୁ କାହା ନଜର ଲାଗି ଯାଇଛି । ଦେଖିବାକୁ ଗଲେ ମାତ୍ର ୪ ମାସ ହିଁ ସେମାନଙ୍କ ପ୍ରେମ ତିଷ୍ଠି ପାରିଛି । ସେ ଯାହା ବି ହେଉନା କାହିଁକି ୩ ମାସ କାଳ ବାନ୍ଧି ହୋଇ ରହିବାରେ ସେମାନେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ସବୁଠାରୁ ଅଧିକ ଦିନ ବାନ୍ଧି ହୋଇ ରହିଥିବା କପଲ୍ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସମୟ ରହିଛନ୍ତି ଆଲେକଜାଣ୍ଡର୍ ଓ ଭିକ୍ଟୋରିଆ ।

Get real time updates directly on you device, subscribe now.