fbpx

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ ! ୧୧ ବର୍ଷ ହେଲା ମୃତ କହି ରେଲୱେରେ ଚାକିରି କରୁଥିଲେ ଭଉଣୀ, ଖୋଲିଲା ଗୁମର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୦୧୦ରେ ହୋଇଥିବା ଜନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରରଣ କରିଥିବା ଜଣେ ବ୍ୟକ୍ତି ଜୀବିତ ମିଳିଛନ୍ତି । ସେ ମରିଯାଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପ୍ରତିବଦଳରେ ଚାକିରି ଓ କ୍ଷତିପୂରଣ ମଧ୍ୟ ପାଇଥିଲେ । ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ଭଉଣୀ ଓ ତାଙ୍କ ବାପାଙ୍କୁ ଏହି ମାଲାରେ ପଚରାଉଚରା ପାଇଁ ଡକାଯାଇଛି । ଦୁର୍ଘଟଣାରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଚାକିରି ପାଇଥିଲେ ।

ସୂଚନା ମୁତାବକ, ୨୦୧୦ ମେ ମାସରେ ହାୱଡା- ମୁମ୍ବାଇ ଜନେଶ୍ୱରୀ ଏକ୍ସପ୍ରେସ ଝାଡଗ୍ରାମ ସରଡିହାରେ ସାମ୍ନାକୁ ଆସୁଥିବା ଏକ ମାଲଗାଡି ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପ୍ରାୟ ୧୪୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ରେଳବାଇ ଘୋଷଣା କରିଥିଲା ଯେ, ମରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ପରିବାରର ଜଣେ ବ୍ୟକ୍ତି ଚାକିରି ପାଇବେ ।

ପରେ କୋଲକାତାର ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ଦାବି କରିଥିଲେ । ଡିଏନଏ ନମୁନା ଜରିଆରେ ସେ ମୃତଦେହ ଚିହ୍ନଟ କରିଥିଲେ । ଫଳରେ ପରିବାରକୁ କ୍ଷତିପୂରଣ ମିଳିବା ସହ ଭଉଣୀଙ୍କୁ ପୂର୍ବ ରେଳବାଇରେ ଚାକିରି ମିଳିଥିଲା ।

ଦୁର୍ଘଟଣାର ଦୀର୍ଘ ୧୧ ବର୍ଷ ପରେ ମୃତକ ବ୍ୟକ୍ତି ଜଣକ ଜୀବିତ ଥିବା ଅଭିଯୋଗ ହୋଇଥିବା ଦକ୍ଷିଣ ପୂର୍ବ ରେଳବାଇର ଜଣେ ଅଧିକାରୀ କହିଥିଲେ । ଘଟଣାକୁ ନେଇ ରେଳ ବିଭାଗର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା ଓ ପରେ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଗଲା ।

Get real time updates directly on you device, subscribe now.