fbpx

(Video) ସ୍କୁଟର ପାର୍କ କରୁଥିଲେ, ଘଟିଗଲା ଏମିତି, ଦେଖନ୍ତୁ ଭିଡିଓ…

Advertisement

କୁହାଯାଏ ଯାହାକୁ ରଖିବେ ଅନନ୍ତ, କି’ କରିପାରେ ବଳବନ୍ତ… ଏହାର ଅର୍ଥ ହେଉଛି ଯେତେବେଳେ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି ସେତେବେଳେ ଆପଣଙ୍କର କେହି କିଛିବି କ୍ଷତି କରିପାରିବେ ନାହିଁ । ଆଉ ବୋଧ ହୁଏ ଏହି କଥାଟି ସହ ହୋଇଛି ଏହି ଦମ୍ପତ୍ତିଙ୍କ କ୍ଷେତ୍ରରେ ।

କାରଣ ଏହି ଦମ୍ପତ୍ତିଙ୍କ ସହ କିଛି ଏପରି ଘଟିଥିଲା, ଯାହା ସେମାନେ କେବେ କଳ୍ପନା ବି କରିନଥିବେ । ଆଉ ଜୀବନ ଯାଉ ଯାଉ ବଞ୍ଚିଯାଇଛନ୍ତି ଏହି ସ୍ୱାମୀ ସ୍ତ୍ରୀ । ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣଙ୍କ ଛାତିର ସ୍ୱନ୍ଦନ କିଛି କ୍ଷଣ ପାଇଁ ଅଟକି ଯିବ ।

ଭିଡିଓରେ ଦେଖାଯାଉଛି, ବର୍ଷା ହେଉଛି ଫଳରେ ସବୁଆଡ଼େ ବର୍ଷା ଜଳ ଭରି ହୋଇରହିଛି । ଆଉ ଏତିକି ବେଳେ ଏପରି ଏକ ଘଟଣା ଘଟିଥିଲା ଯାହା ବୋଧହୁଏ କେହି କେବେ ଭାବିନଥିବେ । କାରଣ ଏହି ସମୟରେ ଏକ ଦମ୍ପତ୍ତି ସ୍କୁଟିରେ ଆସୁଛନ୍ତି ଆଉ ସ୍କୁଟି ପାର୍କ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏ’ କଣ ହଠାତ୍ ଏହି ଦମ୍ପତି ସ୍କୁଟିସହ ଡ଼ୁବିବାକୁ ଲାଗିଛନ୍ତି ।

ଏହି ଘଟଣାଟି ହେଉଛି ଉତେର ପ୍ରଦେଶ ଆଲିଗଡ଼ର । ପ୍ରକୃତରେ ଯେତେବେଳେ ଏହି ଦମ୍ପତ୍ତି ଜାଣିପାରିନଥିଲେ ଯେ ଏଠାରେ ଏକ ବଡ଼ ନାଳ ଅଛି । ଆଉ ସେମାନେ ଏଠାରେ ଗାଡ଼ି ପାର୍କ କରିଥିଲେ । ଆଉ ଏହି ନାଳରେ ଫସିଯାଇଥିଲେ ଏବଂ ବୁଡ଼ିବାକୁ ଲାଗିଥିଲେ । ଭିଡିଓରେ ଦେଖାଯାଉଛି ସ୍କୁଟର ପାର୍କ କରୁଥିବା ବ୍ୟକ୍ତି ଜଣେ ପୋଲିସ କର୍ମଚାରୀ ।

ତେବେ ସଙ୍ଗେ ସଙ୍ଗେ ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରୁଛନ୍ତି । କିନ୍ତୁ ତାଙ୍କ ସ୍କୁଟିଟି ଭାସିଯାଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.