fbpx

ଟ୍ରକ୍ ଧକ୍କାରେ ଦମ୍ପତ୍ତିଙ୍କ ମୃତ୍ୟୁ

ଯାଜପୁର,୧୦ ।୨(ଓଡିଶା ଭାସ୍କର) : ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଯାଜପୁର ଜିଲ୍ଲା ଜେନାପୁର ଥାନା NH-୧୫ ଚଢେଇଧରା ତଳ ଛକ ନିକଟରେ ସ୍କୁଟିକୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଉଭୟ ଡ଼ୁବୁରୀରୁ ଡଙ୍କାରୀ ଅଭିମୁଖେ ଫେରୁଥିଲେ । ଏହି ସମୟରେ ଚଢେଇଧରା ତଳ ଛକ ନିକଟରେ ଠିଆ ହୋଇଥିବା ସମୟରେ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ଗୋଲଖ ଚନ୍ଦ୍ର ସାହୁ ଓ କନକ ଲତା ସାହୁ । ସେମାନେ ମହୀଶୁରା ପଞ୍ଚାୟତର ଡଙ୍କାରୀ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.