fbpx

ରେଷ୍ଟୁରାଣ୍ଟରୁ ୪୫ ଟି ମଦ ବୋତଲ ଚୋରେଇ ନେଇଗଲେ ଦମ୍ପତି, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍!

ନୂଆଦିଲ୍ଲୀ: ସ୍ପେନ୍ ର ଏକ ରେଷ୍ଟୁରାଣ୍ଟ୍ ରୁ ପୁରୁଣା ମଦର ୪୫ଟି ବୋତଲ ଚୋରି ହୋଇଯାଇଛି । ଏଗୁଡ଼ିକ ଭିତରୁ କିଛି ବୋତଲ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି । ତେବେ ରେଷ୍ଟୁରାଣ୍ଟ ମାଲିକ ଏହି ଚୋରି ପଛରେ ଗୋଟିଏ ଦମ୍ପତିଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ।

ରିପୋର୍ଟ ମୁତାବକ, ଏହି ଘଟଣା କ୍ୟାସିରସ୍ ସହରର ଏଟ୍ରିଓ ରେଷ୍ଟୁରାଣ୍ଟରେ ଘଟିଛି । ଏହି ରେଷ୍ଟୁରାଣ୍ଟ୍ ଖାଦ୍ୟ ସହିତ ଦାମୀ ଗାଡ଼ିର ଏକ ବଡ଼ କଲେକ୍ସନ୍ ପାଇଁ ଖୁବ୍ ପ୍ରସିଦ୍ଧ । ହେଲେ କିଛି ଦିନ ତଳେ ରେଷ୍ଟୁରାଣ୍ଟର ୪୫ଟି ମଦ ବୋତଲ ଚୋରି ହୋଇଯାଇଥିଲା । ଏଗୁଡ଼ିକ ଭିତରୁ କିଛି ବୋତଲ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଥିଲା । ଯାହା ଫଳରେ ରେଷ୍ଟୁରାଣ୍ଟର ଅନେକ କ୍ଷତି ହୋଇଥିବା ଜଣାପଡ଼ିଥିଲା ।

କୁହାଯାଉଛି ଯେ, Chateau d’Yquem ନାମକ ଏକ ୱାଇନ୍ ର ଦାମ୍ ୩ କୋଟିରୁ ଅଧିକ ହୋଇଥିବା ବେଳେ ତାକୁ ଚୋରି କରାଯାଇଛି । ଏହି ୱାଇନ୍ କୁ ଖାସ୍ ୱାଇନ୍ ମେକର୍ ତିଆରି କରିଥିଲେ । ଏହାକୁ ଲଣ୍ଡନରେ ୧୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ହେଲେ ରେଷ୍ଟୁରାଣ୍ଟରେ ଏହାର ଦାମ୍ ୩ କୋଟିରୁ ଅଧିକ ରଖାଯାଇଛି ।

ରେଷ୍ଟୁରାଣ୍ଟ ମାଲିକ ଜୋସ୍ ପୋଲୋ ୱାଇନ୍ ଚୋରିର ଅଭିଯୋଗ ଗୋଟିଏ କପଲ୍ ଉପରେ ଲଗାଇଛନ୍ତି । ସେ କହିଛନ୍ତି ଯେ, ଏହି ଦମ୍ପତି ସେତେବେଳେ ଏହିସବୁ ଚୋରି କରିଛନ୍ତି ଯେତେବେଳେ ରେଷ୍ଟୁରାଣ୍ଟ ଷ୍ଟାଫ୍ ଖାଦ୍ୟ ସର୍ଭ କରୁଥିଲେ । ଷ୍ଟାଫ୍ ମାନେ ଗେଷ୍ଟ ଆଟେଣ୍ଡ କରିବାରେ ବ୍ୟସ୍ତ ଥିବା ବେଳେ ଦମ୍ପତି ଏହି ବଡ଼ ଧରଣର ଚୋରି କରିଛନ୍ତି । ଅଭିଯୋଗ ପରେ ପୋଲିସ୍ ତଦନ୍ତ ଚଳାଇଛି ।

 

Get real time updates directly on you device, subscribe now.